କଲେଜ ପଢ଼ିବା ପାଇଁ ଦାଦନ ଶ୍ରମିକ ହେଲେ ସୁମିତ୍ରା
କେନ୍ଦୁଝର, ୨୬ ଜୁନ୍ (ହି.ସ.) - ଗରିବ ଲୋକଙ୍କ ଉପରେ ତେଲକୋଇ ରେ ଦାଦନ ଦୁଃଖ।ପାଠ ପଢିବା ପାଇଁ ଅର୍ଥ ଅଭାବରୁ ଦାଦନ ଖଟିବାକୁ ସୁଦୁର ତାମିଲନାଡୁ କୁ ଯାଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଓରିଆ ପଂଚାୟତ ପିଟାନାଳି ଗାଁ ରେ। ଗାଁ ର ନିଳମଣି ଜୁଆ
Dadan sramika


କେନ୍ଦୁଝର, ୨୬ ଜୁନ୍ (ହି.ସ.) - ଗରିବ ଲୋକଙ୍କ ଉପରେ ତେଲକୋଇ ରେ ଦାଦନ ଦୁଃଖ।ପାଠ ପଢିବା ପାଇଁ ଅର୍ଥ ଅଭାବରୁ ଦାଦନ ଖଟିବାକୁ ସୁଦୁର ତାମିଲନାଡୁ କୁ ଯାଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଓରିଆ ପଂଚାୟତ ପିଟାନାଳି ଗାଁ ରେ। ଗାଁ ର ନିଳମଣି ଜୁଆଙ୍ଗ ଙ୍କ ଝିଅ ସୁମିତ୍ରା ଜୁଆଙ୍ଗ ମାଟ୍ରିକ ରେ ଭଲ ନମ୍ବର ରଖି ପାସ ଆଉଟ୍ ହୋଇଥିଲେ। କଲେଜ ରେ ନାମ ଲେଖାଇ ପାଠ ପଢିବା କୁ ଭାରି ଇଚ୍ଛା ଥିଲା ତାଙ୍କର।ହେଲେ ବାପାଙ୍କ ର ସୁମିତ୍ରା ଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥ ନଥିଲା। ଅଳ୍ପ ମାନସିକ ବିକୃତ ଥିବା ବାପା ନିଳମଣି କାମଧନ୍ଦା କରି ପାରନ୍ତି ନାହିଁ।ମା ମୂଲ ମଜୁରୀ କରି ସୁମିତ୍ରା ଙ୍କୁ ୧୦ମ ପର୍ଯ୍ୟନ୍ତ କଷ୍ଟେମଷ୍ଟେ ପଢାଇଥିଲେ। ଅଧିକ ପାଠ ପଢି ଚାକିରି କରିବାର ଇଛା ସୁମିତ୍ରା ଙ୍କୁ ଦାଦନ ଶ୍ରମିକ ଭାବେ ଦଲାଲଙ୍କ ସହାୟତା ରେ ତାମିଲନାଡୁ ଯିବାକୁ ପଡ଼ିଥିଲା। ସେଠାରେ ସେ ଏକ ସିଫୁଡ କମ୍ପାନୀ ରେ କାର୍ଯ୍ୟ କରୁଥିଲେ। ତେବେ ଦାଦନ ଯିବାପାଇଁ ମାଙ୍କର ଇଛା ନଥିଲା।ପାଠ ପଢିବା ର ଜିଦ୍ ସୁମିତ୍ରା ଙ୍କୁ ଦାଦନ ବନେଇ ଦେଇଥିଲା।ହେଲେ ସେ ଦାଦନ ଯାଇ ଟଙ୍କା ରୋଜଗାର କରି ପାଠ ପଢିବେ କଣ ସିଫୁଡ ଫ୍ୟାକ୍ଟ୍ରି ରେ ଗ୍ୟାସ୍ ଲିକ ଦୁର୍ଘଟଣା ରେ ତାଙ୍କ ଜୀବନ ଚାଲିଗଲା। ଏବଂ ଶବ ହୋଇ ଘରକୁ ଫେରୁଛନ୍ତି। ଏ ଘଟଣା ପରେ ସୁମିତ୍ରା ଙ୍କ ଫଟୋକୁ ଧରି ମା ସମବାରୀ ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ୟ ଅନ୍ୟ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଇଛି। ଗାଁ ରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।ସେପଟେ ଜୁଆଙ୍ଗ ଜନଜାତି ଙ୍କ ସର୍ଦ୍ଦାର ଗ୍ୟାସ୍ ଦୁର୍ଘଟଣା ରେ ମୃତକଙ୍କ ପାଇଁ ୧୦ ଲକ୍ଷ ବଦଳରେ ୫୦ ଲକ୍ଷ ପ୍ରଦାନ ପାଇଁ ଦାବି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande