
କେନ୍ଦ୍ରାପଡା, ୨୬ ଜୁନ୍ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୋପସ୍ଥିତ କମଳ ଭବନ ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ବିଭାଗର ସହଯୋଗରେ ଆୟୋଜିତ ଏହି ଶିବିରରୁ ମୋଟ ୮୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ମହତ୍ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ-ଯୁବତୀ ଏବଂ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ବରିଷ୍ଠ ବିଜେପି ନେତା ପ୍ରଫେସର ଭୁବନ ମୋହନ ଜେନା ଓ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ନମିତା ପଟ୍ଟନାୟକ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ସଫଳ କରିବାରେ ଉମେଶ ଦାସ, ବରିଷ୍ଠ ବିଜେପି ନେତା ଅଲେଖ ଜେନା ନୀଳମଣି ସାହାଣୀ, ପ୍ରସନ୍ନ ପରିଡ଼ା,ରଶ୍ମିରଞ୍ଜନ ପ୍ରଧାନ, ହେମନ୍ତ ପରିଡ଼ା, କରୁଣାକର ସାହୁ,ଉର୍ମିଲା ସେଠୀ, ଅଚ୍ୟୁତାନନ୍ଦ ସ୍ୱାଇଁ, ଚିରଞ୍ଜୀବ ନାୟକ,ଚନ୍ଦନ କୁମାରମଲିକ, ଶଶିକାନ୍ତ ମଲିକ, ସ୍ମୃତିରଞ୍ଜନ ଜେନା, ଅମୃତ ମହାନ୍ତି, ଅମୃତ ସ୍ୱାଇଁ, ଦେବାଶିଷ ଦାସ, ପ୍ରଶାନ୍ତ ସାମଲ, ଅଂଶୁମାନ ମହାରଣା,ଶିବ ପ୍ରକାଶ ଜେନା, ସୂରଥ ସେଠୀ, ସିଦ୍ଧାର୍ଥ କୁମାର ଜେନା, ଅକ୍ଷୟ ଦାସ, ମିଳନ ଓଝା, ଚିତ୍ତ ରଞ୍ଜନ ଦାସ, ରୋଜାଲିନ ମହାନ୍ତି, ମାନସ ରଞ୍ଜନ ପ୍ରଧାନ, ଶକ୍ତି ସ୍ଵରୂପ ସାହୁ, ଦୀପକ ବେହେରା, ବିକାଶ ରଞ୍ଜନ ସ୍ଵାଇଁ, ଚନ୍ଦନ ରାଉତରାୟ, ମନୋଜ ସାହୁ, ମାନସ ସେଠୀ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ। ଉପସ୍ଥିତ ଅତିଥିମାନେ ରକ୍ତଦାନକୁ ମହାଦାନ ବୋଲି ଅଭିହିତ କରି ଏଭଳି ସେବାମୂଳକ କାର୍ଯ୍ୟକ୍ରମ ସମାଜରେ ମାନବିକତା ଓ ସାମାଜିକ ସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି