ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ପାଳିତ
କେନ୍ଦୁଝର, ୨୬ ଜୁନ୍ (ହି.ସ.) - ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସମ୍ବଲପୁର ଲୋକସଭା ସାଂସଦ ତଥା ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ପରିଷଦ ପକ୍ଷରୁ ପୁରୁଣା ସହର ବିକାଶ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କେନ୍ଦୁଝର ସହର ଜଗନ୍ନାଥ ମନ୍ଦିର ପର
Dharmendra Pradhan


କେନ୍ଦୁଝର, ୨୬ ଜୁନ୍ (ହି.ସ.) - ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସମ୍ବଲପୁର ଲୋକସଭା ସାଂସଦ ତଥା ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ପରିଷଦ ପକ୍ଷରୁ ପୁରୁଣା ସହର ବିକାଶ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କେନ୍ଦୁଝର ସହର ଜଗନ୍ନାଥ ମନ୍ଦିର ପରିସରରେ ପରିଷଦର ସଦସ୍ୟମାନେ ସମବେତ ହୋଇ ଦୀପ ପ୍ରଜ୍ୱଳନ କରାଯାଇଥିଲା। ନିକଟସ୍ଥ ସିଦ୍ଧମଠରେ ଅବସ୍ଥିତ ସିଦ୍ଧ ପ୍ରଜ୍ୱଳନ କରିବା ସହ ଶ୍ରୀ ପ୍ରଧାନଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘ ଜୀବନ କାମନା କରିଥିଲେ। ତାଙ୍କ ଜନସେବା ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ଆହୁରି ବ୍ୟାପକ ହେଉ ବୋଲି ପ୍ରଭୁ ସିଦ୍ଧ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ପୁରୁଣା ସହର ବିକାଶ ପରିଷଦର ସକ୍ରିୟ ସଦସ୍ୟ ଅନ୍ତର୍ଯ୍ୟାମୀ ପତି, ଆଦିତ୍ୟ ପ୍ରକାଶ ବେଜ, ନିଶ୍ଚିତ କୁମାର ପଟ୍ଟନାୟକ, ସତ୍ୟବ୍ରତ ପାଢ଼ୀ, ଦେବବ୍ରତ ସ୍ୱାଇଁ, ରାଜେନ୍ଦ୍ର ମହାରଣା, ପ୍ରଭୁପଦ ମିଶ୍ର, ବରିଷ୍ଠ ନାଗରିକ ନବକିଶୋର ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ପ୍ରଧାନଙ୍କ ଉତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଦେଶ ଓ ରାଜ୍ୟର ବିକାଶରେ ତାଙ୍କର ନେତୃତ୍ୱ ଆହୁରି ସଫଳ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande