
ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲାର ଗାନ୍ଧୀନଗର ପଡ଼ା ୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଆଜି ଭୋର୍ ସମୟରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଯେଉଁଥିରେ ଇଭି ସର୍ଭିସ ସେଂଟର ସମେତ ପ୍ରାୟ ୮ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଅଚାନକ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇଛି । ଏ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପ୍ରାୟ ୨ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଛି । ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏଥିରେ କୌଣସି ମୃତାହତର ସୂଚନା ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ