ଗେଟବଜାର ଫ୍ଲାଏଓଭର: ଶୁକ୍ରବାର ମଧ୍ୟରାତ୍ରିରୁ ଗାର୍ଡର ଲଞ୍ଚିଂ
ଗଞ୍ଜାମ,୨୬ ଜୁନ(ହିସ)_ ନିର୍ମାଣାଧୀନ ବ୍ରହ୍ମପୁର ଗେଟବଜାର ଫ୍ଲାଏଓଭରର ଗାର୍ଡର ଲଞ୍ଚିଂ କାମ ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଆଗାମୀ ଅନ୍ୟୁନ ଏକ ମାସ ପର୍ଯ୍ୟନ୍ତ ରାତି ସାଢେ ଏଗାରଟା ଠାରୁ ସକାଳ ସାଢେ ପାଞ୍ଚଟା ଯାଏଁ ନୀଳାଦ୍ରି ବିହାର ଛକ ଠାରୁ ବିଶାଲ ମେଗା
ଗେଟବଜାର ଫ୍ଲାଏଓଭର: ଶୁକ୍ରବାର ମଧ୍ୟରାତ୍ରିରୁ ଗାର୍ଡର ଲଞ୍ଚିଂ


ଗଞ୍ଜାମ,୨୬ ଜୁନ(ହିସ)_ ନିର୍ମାଣାଧୀନ ବ୍ରହ୍ମପୁର ଗେଟବଜାର ଫ୍ଲାଏଓଭରର ଗାର୍ଡର ଲଞ୍ଚିଂ କାମ ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଆଗାମୀ ଅନ୍ୟୁନ ଏକ ମାସ ପର୍ଯ୍ୟନ୍ତ ରାତି ସାଢେ ଏଗାରଟା ଠାରୁ ସକାଳ ସାଢେ ପାଞ୍ଚଟା ଯାଏଁ ନୀଳାଦ୍ରି ବିହାର ଛକ ଠାରୁ ବିଶାଲ ମେଗା ମାର୍ଟ ଛକ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟସୀମା ଭିତରେ କର୍ପୋରେସନ ରୋଡ ଛକ, ବିଶାଲ ମେଗା ମାର୍ଟ ଛକ, ରେଡିଓ ଷ୍ଟେସନ ଛକ ଏବଂ ଗୋକର୍ଣ୍ଣେଶ୍ୱର ମନ୍ଦିର ଛକଠାରୁ ଟ୍ରାଫିକ ଡାଇଭର୍ସନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରାଫିକ ପୋଲିସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବହୁ ପ୍ରତିକ୍ଷୀତ ଗେଟ ବଜାର ଫ୍ଲାଏଓଭର କାର୍ଯ୍ୟର ତ୍ୱରିତ ଅଗ୍ରଗତି ପାଇଁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବାରୁ ଜନସାଧାରଣ ସଚେତନ ରହି ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande