
କେନ୍ଦ୍ରାପଡା, ୨୬ ଜୁନ୍ (ହି.ସ.)- ହ୍ୟୁମାନ ରାଇଟସ୍ କମିଶନର, ଭୁବନେଶ୍ଵର ଚିତ ରଞ୍ଜନ ମହାପାତ୍ର ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ମନ୍ଦିରରେ ସପରିବାର ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ। ପରେ ବେଢ଼ା ପରିକ୍ରମା ସହ ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର, କନକ ଦୁର୍ଗା ମନ୍ଦିର ଦର୍ଶନ କରିଥିଲେ।
ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବାୟତ ଜ୍ୟୋତି ରଞ୍ଜନ ପତ୍ରୀ, ଭଗବାନ ସୁଆରଙ୍କ ସମେତ ଅନ୍ୟ ସେବାୟତ ସ୍ବାଗତ କରିବା ସହ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି