ଯୌତୁକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ସହଯୋଗୀ ମାନଙ୍କୁ ୭ବର୍ଷ ଜେଲ ୫ହଜାର ଜରିମାନା
Judgment News from phulbani
ଯୌତୁକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ସହଯୋଗୀ ମାନଙ୍କୁ ୭ବର୍ଷ ଜେଲ ୫ହଜାର ଜରିମାନା


କନ୍ଧମାଳ , ୨୬ ଜୁନ୍ (ହି.ସ.) - କନ୍ଧମାଳ ଜିଲ୍ଲା ଫୁଲବାଣୀର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବେହେରାକୁ ୧୦ବର୍ଷ ସଶ୍ରମକାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିବା ବେଳେ ତାକୁ ସହଯୋଗ କରିଥିବା ଅଭିଯୋଗରେ ଆଉ ୪ ଜଣଙ୍କୁ ୭ବର୍ଷ ଲେଖାଏଁ ଜେଲ, ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ ଫୁଲବାଣୀ ସଦର ପି.ଏସ୍. ମାମଲା ୧୧୯/ ୦୩.୦୯.୨୦୧୫ରୁ ଉଠାଯାଇଥିବା ମାମଲା - ଏସ୍.ଟି ୦୮/୨୦୧୬ ଏବଂ ଏସ୍.ଟି ୦୧/୨୦୧୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ସୁଶାନ୍ତ ବେହେରାକୁ ସାବ୍ୟସ୍ତ ହୋଇଥିବା ଅପରାଧ ଅନୁଯାୟୀ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି ।

ସେହିପରି ଅନ୍ୟ ଅଭିଯୁକ୍ତ ମାନେ, ବିଜୟ ବେହେରା, ସାହେବାଣୀ ବେହେରା, ରୀତା ବେହେରା ଏବଂ ପ୍ରତିମା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଜା ସହ , ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ ଅଧିକ ସଜା ଭୋଗିବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି । ଏହି ମାମଲାକୁ ଫୁଲବାଣୀର ଅତିରିକ୍ତ ସରକାରୀ ଓକିଲ ମାଳତୀ ପାଳଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ତ୍ରିଲୋଚନ ପରିଡା, ଡିଡିପି କନ୍ଧମାଳ ଏବଂ ପୂର୍ଣ୍ଣ ଚନ୍ଦ୍ର ନାଗ, ପି.ପି.ଙ୍କ କଡା ତତ୍ୱାବଧାନ ରେ ପରିଚାଳିତ ହେଉଥିଲା ।ଏହି କେସର ତଦନ୍ତକାରୀ ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଏବଂ ବିଶ୍ୱ ପ୍ରକାଶ ରାଉତ ଧନ୍ୟବାଦ ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande