ବିଧାୟକଙ୍କ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ
MLA visit Niktimal school
Mla visit


ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ଲଇକେରା ବ୍ଲକ ଅଧିନସ୍ଥ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି l ବିଧାୟକ ଶ୍ରୀ ତ୍ରିପାଠୀ ସ୍କୁଲ ର ଶ୍ରେଣୀ କୋଠରୀ, ଶୌଚାଳୟ, ବଗିଚା ଇତ୍ଯାଦି ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାରେ ଭଲ ପାଠ ପଢ଼ିବା ଓ ସ୍କୁଲ ପରିବେଶକୁ ସଫା ସୁତୁରା ରଖିବା ପାଇଁ ବିଧାୟକ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande