
ଭୁବନେଶ୍ୱର, 26 ଜୁନ୍ (ହି.ସ.)ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତ ଭାବେ ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶନିବାର ଦିନ ରାଷ୍ଟ୍ରୀୟ ଏମଏସଏମଇ ଦିବସ 2026 ଆୟୋଜନ କରିବେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ଏମଏସଏମଇ ବିଭାଗର ମାନ୍ୟବର ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରର ଉଚ୍ଚ ପଦସ୍ଥ ଅଧିକାରୀମାନେ, ନୀତି ଆୟୋଗର ପ୍ରତିନିଧି, ଶିଳ୍ପ ସଂଘଗୁଡ଼ିକର ପ୍ରତିନିଧି ଏବଂ ଅଗ୍ରଣୀ ମହିଳା ଉଦ୍ୟମୀମାନେ ଅଂଶଗ୍ରହଣ କରିବେ।
ଏହି ଅବସରରେ ରାଜ୍ୟରେ ମହିଳା ନେତୃତ୍ୱାଧୀନ ଉଦ୍ୟମକୁ ପ୍ରୋତ୍ସାହନ ଦେବା ପାଇଁ ମହିଳା ଉଦ୍ୟମିତା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯିବ। ଏହି ପଦକ୍ଷେପ ମହିଳା ଉଦ୍ୟମୀମାନଙ୍କୁ ସଶକ୍ତ କରିବା ସହ ସ୍ୱୟଂନିଯୁକ୍ତି ଓ ନବୀନ ଉଦ୍ୟୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ