ଜଳ ଏବଂ ମୃତ୍ତିକା ସଂରକ୍ଷଣ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ଦୁଇ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ
ଜୟପୁର, ୨୬ ଜୁନ୍ (ହି.ସ.)- ଜୟପୁର ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଜଳ ଏବଂ ମୃତ୍ତିକା ସଂରକ୍ଷଣ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ଦୁଇ ଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏହି ତାଲିମ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ର ୪ ଗୋଟି ବ୍ଲକ ଯଥା: କୋର
ଜଳ ଏବଂ ମୃତ୍ତିକା ସଂରକ୍ଷଣ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ଦୁଇ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ


ଜୟପୁର, ୨୬ ଜୁନ୍ (ହି.ସ.)- ଜୟପୁର ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଜଳ ଏବଂ ମୃତ୍ତିକା ସଂରକ୍ଷଣ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ଦୁଇ ଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏହି ତାଲିମ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ର ୪ ଗୋଟି ବ୍ଲକ ଯଥା: କୋରାପୁଟ, ସେମିଳିଗୁଡା, ପଟ୍ଟାଙ୍ଗୀ ଏବଂ ନନ୍ଦପୁର ରୁ ୫୦ ଜଣ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁରର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ଡା. ପ୍ରଫୁଲ୍ଲ କୁମାର ପଣ୍ଡା, ଡିନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ବିଦ୍ୟାଳୟ, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଫସଲ ଆଧାରିତ ଭୂମି ମାନଚିତ୍ରକରଣ ଏବଂ ରିମୋଟ ସେନସିଂ ଉପରେ ଚାଷୀମାନଙ୍କୁ ବୁଝାଇଥିଲେ। ପ୍ରତିଷ୍ଠାନର ସଂଯୋଜକ ନିରଞ୍ଜନ ଗୌଡ଼ ମାଟି ଏବଂ ଜଳ ସଂରକ୍ଷଣ କରିବାରେ ବନ୍ଧ, ପୋଖରୀ, ପଥର ସଂଯୋଗ ଭୂମିକା ଉପରେ ଚାଷୀମାନଙ୍କୁ ବୁଝାଇଥିଲେ।

ସେହିଭଳି ପ୍ରତିଷ୍ଠାନର ବୈଜ୍ଞାନିକ ଡକ୍ଟର କାର୍ତ୍ତିକ ଚରଣ ଲେଙ୍କା ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳ ପୁନଃଭରଣ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଡା. ଲେଙ୍କା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇ ସଭା କୁ ସାଙ୍ଗ କରିଥିଲେ। ଅନୁଷ୍ଠାନର କର୍ମୀ ଦିଲୀପ କୁମାର ସୁବୁଧି, ଦୀପ୍ତି ସାହୁ, ସନ୍ତୋଷ କୁମାର ସାହୁ, ଗୋପୀ ଗୋଲରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସାହାଯ୍ୟ କରି ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande