
କେନ୍ଦୁଝର, ୨୬ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବୁଢିକାପୁଡି ଗ୍ରାମର ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଆକ୍ରମଣ ଓ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ତୁରୁମୁଙ୍ଗା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ତୁରୁମୁଙ୍ଗା ଗ୍ରାମର ସୁଜିତ କୁମାର ସେଠୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୨୨ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ମହିଳାଙ୍କ ଘରେ ଅନ୍ୟ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଘର ଭିତରକୁ ପ୍ରବେଶ କରି ତାଙ୍କୁ ଆକ୍ରମଣ ଓ ବଳାତ୍କାର ଉଦ୍ୟମ କରିଥିବା ନେଇ ପୀଡ଼ିତା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁଜିତ କୁମାର ସେଠୀ ଙ୍କୁ ଗିରଫ କରିଥିଲେ। ତୁରୁମୁଙ୍ଗା ଥାନାରେ କେସ୍ ନଂ-୧୬୦/୨୬ ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA