ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗଦାନ୍
ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର
ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗଦାନ୍


ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗଦାନ୍


ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗଦାନ୍


ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗଥିଲେ। ମନ୍ତ୍ରୀ ଡା. ମହାଲିଙ୍ଗ ଲୋଇସିଂହା ବ୍ଲକର ତଲିଉଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ଏକ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଗୋଷ୍ଠୀ କେନ୍ଦ୍ରଟି ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସାମାଜିକ କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଏବଂ ଗୁରୁତ୍ୱପୂର୍ଣ୍ଣ ସଭାସମିତି ଆୟୋଜନ ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ଏହି କେନ୍ଦ୍ର ଅଂଚଳବାସୀଙ୍କ ମଧ୍ୟରେ ଏକତା ଓ ସାମାଜିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଗ୍ରାମାଂଚଳରେ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାଠାରେ ଏକ ସୋଲାର ପମ୍ପର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ । ସେ ଗ୍ରାମବାସୀଙ୍କ ଗହଣରେ ଉପସ୍ଥିତ ରହି ସେମାନଙ୍କ ଖୁସିରେ ସାମିଲ ହୋଇଥିଲେ। ଏହି ସୋଲାର ପମ୍ପ ଦ୍ୱାରା ଗ୍ରାମରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହ ଦୈନନ୍ଦିନ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ଏକ ପ୍ରମୁଖ ଜନକଲ୍ୟାଣକାରୀ ପଦକ୍ଷେପ ସ୍ୱରୂପ, ଲୋଇସିଂହା ବ୍ଲକ ଅନ୍ତର୍ଗତ ସିଂହାଣିମୁଣ୍ଡାଠାରେ 'ବସୁନ୍ଧରା ଯୋଜନା' ମାଧ୍ୟମରେ ଅଂଚଳର ୯୯ ଜଣ ଭୂମିହୀନ ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ବଂଟନ କରିଛନ୍ତି ମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ଯେ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମସ୍ତ ଭୂମିହୀନଙ୍କୁ ୪ ଡିସିମିଲ ଜମି ପ୍ରଦାନ କରି ସାମାଜିକ ସୁରକ୍ଷା ଦେବା ଆମର ପ୍ରମୁଖ ଲକ୍ଷ୍ୟ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ନିଜ ନାମରେ ଜମି ପଟ୍ଟା ପାଇ ଗ୍ରାମର ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ପରେ କୁଶଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଜଣାଶୁଣା ହୋମିଓପାଥି ଚିକିତ୍ସକ ଗୋଲକ ବିହାରୀ ପଟେଲଙ୍କ ପରଲୋକରେ ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ ପୂର୍ବକ ସ୍ୱର୍ଗତ ପଟେଲଙ୍କ ବାସଭବନକୁ ଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଜଣେ ନିଷ୍ଠାପର ଚିକିତ୍ସକ ଭାବେ ଗରିବ ଲୋକଙ୍କୁ ମାଗଣାରେ ସେବା ଯୋଗାଇଦେବାରେ ତାଙ୍କର ଅବଦାନ ଅଂଚଳବାସୀ ସଦାସର୍ବଦା ମନେ ରଖିବେ ବୋଲି ମନ୍ତ୍ରୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande