
ଭୁବନେଶ୍ୱର, ୨୬ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ଏନ.ଏଚ.-୫, ଗୋବିନ୍ଦପୁରରେ ସର୍ବାଧିକ ୪୩.୦ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୩୭.୨ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୩୧.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ରାଜକନିକାରେ ୨୯.୦ ମି.ମି., କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୨୭.୨ ମି.ମି., କଳିଙ୍ଗାରେ ୨୬.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୨୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୨୦.୦ ମି.ମି., ଅନୁଗୁଳ ଜିଲ୍ଲାର କଣିହାଁରେ ୧୮.୩ ମି.ମି., ସମ୍ବଲପୁର ଜିଲ୍ଲାର ଯମନକିରାରେ ୧୮.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୧୮.୦ ମି.ମି., ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ୧୭.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟରେ ୧୪.୬ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ