ପ୍ରେମ ନେଇ ଷାଠିବାଙ୍କୁଡା ଗାଁରେ ଯୁବକଙ୍କୁ ହତ୍ୟା ଘଟଣାର ନୂଆ ମୋଡ଼, ପରିବାରର ଏତଲା ପରେ ଗାଁରେ ପହଂଚିଥିଲା ପୁଲିସ ଓ ସନ୍ଧାନୀ କୁକୁର, ଶ୍ମଶାନ ଓ ବୈତରଣୀ ନଦୀରୁ ମୃତ ହାପିର ହାଡ଼ ଓ ମାଂସ ଖଣ୍ଡ ଠାବ
ଭଦ୍ରକ, ୨୬ ଜୁନ୍ (ହି.ସ.) - ଭଦ୍ରକ ଜିଲା ଓଳଗ ପଂଚାୟତ ଅଧିନ ଷାଠିବାଙ୍କୁଡା ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗାଁ ଲୋକଙ୍କର ହୋହାଲ୍ଲା ପରେ ଆରଡି ଫାଣ୍ଡି ପୁଲିସ ଏତଲା ରଖିଥିଲା। ଏତଲା କ୍ରମେ ଶୁକ୍ରବାର ଘଟଣାସ୍ଥଳରେ ପୁଲିସ୍ ଉପରିସ୍ଥ ଅଧିକାରୀଙ୍କ ସହ ସାଇଂଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପ
SATHIBANKUDA VILLAGE HATYA CASE NEW MODA


ଭଦ୍ରକ, ୨୬ ଜୁନ୍ (ହି.ସ.) - ଭଦ୍ରକ ଜିଲା ଓଳଗ ପଂଚାୟତ ଅଧିନ ଷାଠିବାଙ୍କୁଡା ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗାଁ ଲୋକଙ୍କର ହୋହାଲ୍ଲା ପରେ ଆରଡି ଫାଣ୍ଡି ପୁଲିସ ଏତଲା ରଖିଥିଲା। ଏତଲା କ୍ରମେ ଶୁକ୍ରବାର ଘଟଣାସ୍ଥଳରେ ପୁଲିସ୍ ଉପରିସ୍ଥ ଅଧିକାରୀଙ୍କ ସହ ସାଇଂଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଂଚି ଦୀର୍ଘ ୪ଘଂଟା ଧରି ଚଳାଇଥିଲେ ତଦନ୍ତ। ଏପରିକି ହାପି ମହାକୁଡ଼ ମୃତ୍ୟୁ ପୂରୁ ଘରୁ ଆସିବା ଠାରୁ ଛୁଂଚା ପଲାଇ ଓ ମୁନା ପଲାଇଙ୍କ ଘରକୁ ଆସିବା ପର୍ଯ୍ୟନ୍ତ କୁକୁର ଉକ୍ତ ଅଂଚଳ ବୁଲିଥିଲା। ତାହାସହ ହାପିର ମୃତ ଦେହ ଠାବ ହୋଇଥିବା ମୁନା ପଲାଇର ବାଡ଼ି ସହ ସତ୍କାର ହୋଇଥିବା ଶ୍ମସାନରେ ସାଇଂଟିଫିକ ଟିମ୍ ପକ୍ଷରୁ ସମସ୍ତ ଜିନିଷ ଜବତ କରାଯିବା ସହ ପରୀକ୍ଷଣ ନିମନ୍ତେ ନିଆଯାଇଛି। ଏପରିକି ଦୀର୍ଘ ସମୟ ଧରି ମୁନା ପଲାଇ ଘରେ ସନ୍ଧାନୀ କୁକୁର ଘୂରି ବୁଲିଲା ସହ ହାପିର ବାଇକ୍ ଓ ଜୋତାକୁ ଠାବ କରାଯାଇଥିଲା । ହାପିକୁ ବୈତରଣୀ ନଦୀ ପଠାରେ ସଂସ୍କାର କରି ନଦୀରେ ଭସାଇଥିବା ହାଡଖଣ୍ଡ ଠାବ କରିଥିଲା ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ୍। ଗାଁ ଲୋକଙ୍କ ପକ୍ଷରୁ ଡଙ୍ଗା ଓ ଜାଲ ଦ୍ୱାରା ହାଡକୁ ଠାବ କରାଯାଇଥିଲା। ପରେ ହାପିର ମାଂସ ଖଣ୍ଡ ଓ ହାଡ଼ ନେଇ ସାଇଂଟିଫିକ ଟିମ୍ ଫେରିଯାଇଛି। ସୂଚନା ଅନୁଯାୟୀ ଷାଠିବାଙ୍କୁଡା ଗାଁର ସ୍ୱର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପିକୁ ଗତ ୧୭ତାରିଖ ବୁଧବାର ମଧ୍ୟାହ୍ନ ୧ ଟା ସମୟରେ ସେହି ଗାଁର ଛୁଂଚା ପଲାଇ ଓ ମୁନା ପଲାଇ ତାଙ୍କ ପୁଅ ସ୍ୱୟମ ପଲାଇ ପରିବାର ଲୋକ ଏକ ଜରୁରୀ କଥା ପାଇଁ ଘରକୁ ଡାକିଥିଲେ। ଏପଟେ ହାପିର ମା ଘରେ ରୋଷେଇ କରି ପୁଅର ଫେରିବା ବାଟକୁ ଅନାଇ ବସି ରହିଥିଲା। ହେଲେ କିଛି ଘଂଟା ପରେ ହାପିର ମା ଓ ୨ଭଉଣୀ ଜାଣିବାକୁ ପାଇଥିଲେକି ହାପି ମୁନା ପଲାଇଙ୍କ ବାଡ଼ିରେ ଥିବା ଏକ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକ ଗାଁ ଲୋକଙ୍କ ମାଧ୍ୟମରେ ହାପିକୁ ଉଦ୍ଧାର କରିବା ସହ ଗାଁ ଲୋକ ପଂଚାୟତ ମୁର୍ୱିଙ୍କ ପରାମର୍ଶରେ ହାପିର ଡାକ୍ତର ମାଇନା ନକରାଇ ଶବ ସତ୍କାର କରିଦେଇଥିଲେ। ହେଲେ ହାପିର ମୋ୍ୱାଇଲି ମୃତ୍ୟୁର ରହସ୍ୟ ଖୋଲିଥିଲା। ହାପି ଛୁଂଚା ପଲାଇ ର ଝିଅକୁ ଭଲ ପାଉଥିବାରୁ ମୁନା ପଲାଇର ପୁଅ ସ୍ୱୟମ ବାରମ୍ବାର ହାପିକୁ ମୋବାଇଲରେ ଧମକ ଦେବା ସହ ହ୍ୱାଟସପରେ ମେସେଜ ଦେଇଥିଲା। ତାହା ସହ ଗତ ୧୭ତାରିଖ ମଧ୍ୟାହ୍ନ ସମୟରେ ଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ଜାଣିବା ପରେ ହତ୍ୟା ଅଭିଯୋଗ ନେଇ ଆରଡି ଫାଣ୍ଡିରେ ଗତ ୨୧ତାରିଖ ସଂଧ୍ୟାରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଆରଡି ଫାଣ୍ଡି ଅଧିକାରୀ ଏତଲା ରଖିବା ତ ଦୂରର କଥା ଓଲଟି ଅଭିଯୋଗକାରୀଙ୍କୁ ଆଇନଗତ ଧମକ ଦେବା ସହ ଓଲଟି ମାମଲା ଦାୟର ପାଇଁ ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଗତ ଗୁରୁବାର ସଂଧ୍ୟାରେ ଷାଠିବାଙ୍କୁଡା ଗାଁର ୨ଶହରୁ ଉର୍ଦ୍ଧ ମହିଳା ପୁରୁଷ ଆରଡି ଫାଣ୍ଡି ସମ୍ମୁଖରେ ନ୍ୟାୟ ଦେବା ଲାଗି ବସି ରହିଥିଲେ। ଅନ୍ୟପଟେ ମୁନା ପଲାଇ ଓ ତାଙ୍କ ପରିବାର ଲୋକ ଗାଁ ଛାଡି ଅନ୍ୟତ୍ର ପଳାଇଯାଇଥିବା ବିଶେଷ ସୁତ୍ରରୁ ଜଣା ପଡ଼ିଛି। ପରେ ପୋଲିସ ଏତଲା ରଖିବା ସହ ଛାନଭିନ ଚଳାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande