କନ୍ଧମାଳ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ବଡ଼ ସଫଳତା : ଶତପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ଶେଷ, ସମସ୍ତ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ
SIR Successful in KANDHAMAL:Collector Appreciats
କନ୍ଧମାଳ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ବଡ଼ ସଫଳତା : ଶତପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ଶେଷ, ସମସ୍ତ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ


କନ୍ଧମାଳ, ୨୬ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧୀୟ କାର୍ଯ୍ୟଧାରାରେ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାର ସମସ୍ତ ବିଧାନସଭା ମଣ୍ଡଳୀରେ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଅଧୀନରେ ଥିବା ଏନୁମେରେସନ ଫର୍ମ (ଇଏଫ୍ଏସ୍) ର ୧୦୦% ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ୮୨-ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଏହି ଡିଜିଟାଇଜେସନ ପ୍ରକ୍ରିୟା ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ସକ୍ଷମ ନେତୃତ୍ୱ ଏବଂ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ବିଏଲଓ-ସୁପରଭାଇଜର ଓ ବିଏଲଓ ମାନଙ୍କର ନିରନ୍ତର ଏବଂ ନିଷ୍ଠାପର ପ୍ରୟାସ ଯୋଗୁଁ ଏହି କାର୍ଯ୍ୟ ସଫଳ ହୋଇପାରିଛି।

ଅନ୍ୟପଟେ, ୮୪-ଫୁଲବାଣୀ ବିଧାନସଭା ମଣ୍ଡଳୀରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଭିକାରୀ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସମସ୍ତ ଏନୁମେରେସନ ଫର୍ମର ୧୦୦% ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏହା ସହିତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ କୁମାର ନାଏକଙ୍କ ନେତୃତ୍ୱରେ ୮୩-ଜି. ଉଦୟଗିରି ବିଧାନସଭା ମଣ୍ଡଳୀରେ ମଧ୍ୟ ଏହି ପ୍ରକ୍ରିୟା ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଯାଇଛି । ବାଲିଗୁଡ଼ାରେ କାର୍ଯ୍ୟ ଶେଷ ହେବା ପରେ ଏବେ ସମଗ୍ର କନ୍ଧମାଳ ଜିଲ୍ଲା ଏହି ପ୍ରକ୍ରିୟାରେ ମାଇଲଖୁଣ୍ଟ ସ୍ଥାପନ କରିଛି।

ଜିଲ୍ଲାର ଏହି ବଡ଼ ସଫଳତା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସନ୍ତୋଷ ବ୍ୟକ୍ତ କରିବା ସହ ସମଗ୍ର ନିର୍ବାଚନୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହା ସହିତ ଜିଲ୍ଲାର ଡିଜିଟାଇଜେସନ କାର୍ଯ୍ୟ ସମାପ୍ତ ହୋଇଛି। ସମଗ୍ର ଟିମ୍ ସ୍ତରୀୟ କାର୍ଯ୍ୟ ବେଶ ପ୍ରଶଂସନୀୟ। ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମହତ୍ତ୍ୱପୂର୍ଣ୍ଣ ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହେବା ଫଳରେ ଜିଲ୍ଲାରେ ଆଗାମୀ ଦିନରେ ନିର୍ବାଚନୀ ପରିଚାଳନା ଏବଂ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆହୁରି ସ୍ୱଚ୍ଛ ଓ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande