ସ୍ଵତନ୍ତ୍ର ସଘନ ସଂଶୋଧନ ଅଭିଯାନ ଚଳିତ ମାସ ୨୮ ତାରିଖରେ ଶେଷ ହେବ
ପୁରୀ, ୨୬ ଜୁନ୍ (ହି.ସ.)- ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟବ୍ୟାପୀ ଏହି ବୃହତ୍ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରେ ଶେଷ ହେବ। ଏଥିପାଇଁ ପୁରୀ ନିର୍ବାଚନ ବିଭାଗ ପକ୍ଷରୁ ଶେଷ ପର୍ଯ୍ୟାୟର କାର୍ଯ୍ୟକୁ ଅଧିକ ତ
ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଚଳିତ ମାସ ୨୮ ତାରିଖ ରେ ଶେଷ ହେବ


ପୁରୀ, ୨୬ ଜୁନ୍ (ହି.ସ.)- ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟବ୍ୟାପୀ ଏହି ବୃହତ୍ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରେ ଶେଷ ହେବ। ଏଥିପାଇଁ ପୁରୀ ନିର୍ବାଚନ ବିଭାଗ ପକ୍ଷରୁ ଶେଷ ପର୍ଯ୍ୟାୟର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏ ସମ୍ପର୍କରେ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିବା ସହ ସ୍ବତନ୍ତ୍ର ସଘନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ବିଏଲଓ ଙ୍କ ସହ ବିଏଲଏ ମାନଙ୍କ ସମନ୍ୱୟ ମାଧ୍ୟମରେ ଏହି କାର୍ଯ୍ୟ ସଠିକ ଭାବେ କରାଯାଇଛି। ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରଦର୍ଶନ ସହ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗର ସମୟ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାର ଏସଆଇଆର ର ତଥ୍ୟ ଉପସ୍ଥାପନ କରିଥିଲେ। ପୁରୀ ଜିଲ୍ଲାରେ ୯୯.୯୪ ପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ସଫଳତାର ସହ ପହଞ୍ଚି ସାରିଛି। ଏପର୍ଯ୍ୟନ୍ତ ୧୩୮୭୦୭୧ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରା ଯାଇଥିବା ବେଳେ ଅବଶିଷ୍ଟ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବା ପାଇଁ କ୍ଷେତ୍ରସ୍ତରରେ ଅଧିକାରୀମାନେ କାମ କରୁଛନ୍ତି।

କେବଳ ଫର୍ମ ବଣ୍ଟନ ନୁହେଁ, ବରଂ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ତଥ୍ୟର ଡିଜିଟାଇଜେସନ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୯୩.୭୯ ପ୍ରତିଶତ, ଅର୍ଥାତ ୧୩୦୧୭୭୦ ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସଂଶୋଧନ ପ୍ରକ୍ରିୟା ସମୟରେ ୩୦୬୦୪ ମୃତ,୯୮୯୭ ଅନୁପସ୍ଥିତ ଭୋଟର, ୩୪୪୮୨ ସ୍ଥାୟୀ ଭାବେ ସ୍ଥାନାନ୍ତର ଭୋଟର ଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ ଆୟୋଜିତ ହୋଇ ଅବଶିଷ୍ଟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ପରାମର୍ଶ ଦିଆଯାଇଥିଲା। ଏକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ମତ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳ ମାଧବ ମାଝୀ,ଡେପୁଟି କଲେକ୍ଟର ରୁନୀତା ପ୍ରଧାନ, କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତ, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande