ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ
ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ପରିସରରେ ଠାରେ ଶାହୁଜୀ ମହାରାଜାଙ୍କ ଜନ୍ମ ଜୟନ୍ତୀ ଅବସରରେ ନବସେତୁର ଷଷ୍ଠ ବର୍ଷ ପୂର୍ତ୍ତିରେ ଏହାର ପୋର୍ଟାଲ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବସେତୁ ପତ୍ରିକାର ସମ୍ପାଦକ ପୂର୍ଣଚନ୍ଦ୍ର ବିଶ୍ଵାଳ, ପ୍ରକାଶକ ପ୍ରଦେଶୀ ବି
ଶାହୁଜୀ ମହାରାଜା ଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ।


ଶାହୁଜୀ ମହାରାଜା ଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ।


ଶାହୁଜୀ ମହାରାଜା ଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ।


ଶାହୁଜୀ ମହାରାଜା ଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ।


ଶାହୁଜୀ ମହାରାଜା ଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ।


ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ପରିସରରେ ଠାରେ ଶାହୁଜୀ ମହାରାଜାଙ୍କ ଜନ୍ମ ଜୟନ୍ତୀ ଅବସରରେ ନବସେତୁର ଷଷ୍ଠ ବର୍ଷ ପୂର୍ତ୍ତିରେ ଏହାର ପୋର୍ଟାଲ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବସେତୁ ପତ୍ରିକାର ସମ୍ପାଦକ ପୂର୍ଣଚନ୍ଦ୍ର ବିଶ୍ଵାଳ, ପ୍ରକାଶକ ପ୍ରଦେଶୀ ବିଶ୍ଵାଳ, ଜେଡିଭିଏମ ସଭାପତି ନଟରାଜ ନାଗ, କୁଲୁତା ସମାଜ ସଭାପତି ଇଞ୍ଜିନିୟରି ବେଲାର ସିଂ ଭୋଇ, ସହରାଞ୍ଚଳ କୁଲୁତା ସମାଜ ସଭାପତି ଶଙ୍କର୍ଷଣ ପ୍ରଧାନ, ଡାକ୍ତର ପ୍ରବୀଣ ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ନବସେତୁ ପତ୍ରିକାର ଉତ୍ତରୋତ୍ତର କାମନା କରି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଡାକ୍ତର ପ୍ରବୀଣ ନନ୍ଦ ପ୍ରାକୃତିକ ଚିକିତ୍ସା ପ୍ରଣାଳୀରେ ବିଭିନ୍ନ ଦୁରାରୋଗ୍ୟ ଦୂର କରାଯାଇ ପାରିବ ବୋଲି ବୁଝାଇ ଥିଲେ। ସାମାଜିକ ସ୍ତରରେ କାର୍ଯ୍ୟ କରିଥିବା ଯୋଗୁଁ ଡାକ୍ତର ଅର୍ଜୁନ ମୁଗ୍ରି, ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, ନାରୀ ନେତ୍ରୀ ସବିତା ନନ୍ଦ, ସ୍ବେଛାସେବୀ ସୁରେଶ ଚନ୍ଦ୍ର କମ୍ପ, ଅକ୍ଷୟ ପଧାନ, ବ୍ରଜ ଭୁଷଣ ସାଏଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ମେଶ୍ଵା ସଭା ପରିଚାଲନା କରିଥିଲେ ଏବଂ ତରଣୀସେନ ଦିପ ଧନ୍ୟବାଦ ଅର୍ପଣ କରିଥିଲେ। ପତିତପାବନ ଏକାଡେମୀ ବଲାଙ୍ଗୀରର ଅଭିଭାବକ ଏବଂ ଅଭିଭାବକା ତଥା ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande