ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ମେଧାବୀ ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ
ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ଅସ
ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ  ଜିଲ୍ଲାସ୍ତରୀୟ ମେଧାବୀ  ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ


ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ  ଜିଲ୍ଲାସ୍ତରୀୟ ମେଧାବୀ  ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ


ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ  ଜିଲ୍ଲାସ୍ତରୀୟ ମେଧାବୀ  ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ


ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ  ଜିଲ୍ଲାସ୍ତରୀୟ ମେଧାବୀ  ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ


ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ  ଜିଲ୍ଲାସ୍ତରୀୟ ମେଧାବୀ  ମେଟ୍ରିକ ଛାତ୍ର ସମ୍ବର୍ଦ୍ଧିତ


ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ଅସାଧାରଣ କୃତୀତ୍ୱ ହାସଲ କରି ସମଗ୍ର ରାଜ୍ୟ ଓ ନିଜ ଅଂଚଳକୁ ଗୌରବାନ୍ୱିତ କରିଥିବା ୨୧୧ ଜଣ ଇ୧ ଗ୍ରେଡ୍ ପ୍ରାପ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରିନା ବେହେରା, ସେବାଶ୍ରୀ ଭୋଇ ପ୍ରମୁଖ ମଂଚାସୀନ ଥିଲେ । ସମାରୋହକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତାର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଯୁବପିଢ଼ି ହେଉଛନ୍ତି ଦେଶ ଓ ରାଜ୍ୟର ପ୍ରକୃତ ସମ୍ପଦ ଏବଂ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଏହି ମେଧାବୀ ଯୁବମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ପ୍ରଶାସନ ଓ ସରକାରଙ୍କ ମିଳିତ ପ୍ରୟାସରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ କେବଳ ଉତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ପ୍ରେରଣା ଦେବ ତାନୁହେଁ, ବରଂ ଆଗାମୀ ଦିନରେ ଅନ୍ୟାନ୍ୟ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରି, ଶିକ୍ଷା କ୍ଷେତ୍ରରେ ନୂତନ ଜାଗରଣ ଆଣିବ । ସେହିପରି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କୃତୀ ଛାତ୍ରଛାତ୍ରୀମାନଙ୍କର ଏହି ଗୌରବମୟ ସଫଳତା ପଛରେ ଥିବା ପିତାମାତାଙ୍କର ନିରନ୍ତର ତ୍ୟାଗ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଉପଯୁକ୍ତ ମାର୍ଗଦର୍ଶନକୁ ଗଭୀର ପ୍ରଶଂସା କରିଥିଲେ । ସେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଆହୁରି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ । ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯୋଗ, ଧ୍ୟାନ, ଶିକ୍ଷା ସହିତ ସ୍ୱାସ୍ଥ୍ୟର ଉତମ ସମନ୍ୱୟ ଓ ସୁସ୍ଥ ମାନସିକତା ହିଁ ସଫଳତାର ମୂଳ ଚାବିକାଠି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଜିଲ୍ଲା ଓ ରାଜ୍ୟର ଶିକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ଏହି ଅଭୂତପୂର୍ବ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ପିଲାମାନଙ୍କୁ କେବଳ ପାଠପଢ଼ାରେ ନୁହେଁ, ବରଂ ଖେଳକୁଦ, କଳା ଓ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପରେ ସମାନ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ଜୁଭେନାଇଲ୍ ଡାଇବେଟିସ୍ ଓ ହାଇପରଟେନସନ ଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସ୍କୁଲରେ ‘ସୁଗାର ବୋର୍ଡ’ ସ୍ଥାପନ କରାଯିବାର ନୂତନ ପଦକ୍ଷେପ ନିଆଯାଇଛି। ପିଲାମାନଙ୍କର ଶିକ୍ଷାକୁ ସମୃଦ୍ଧ କରିବା ପାଇଁ ଶିକ୍ଷାଦାନରେ ଆଂଚଳିକ ବିଷୟବସ୍ତୁ ସାମିଲ କରାଯିବାକୁ ସେ କହିଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ଅଭିଭାବକ, ଶିକ୍ଷକ ଓ ସମାଜର ସହଯୋଗ କାମନା କରିଥିଲେ। ସମାରୋହରେ ସ୍ୱାଗତ ଅଭିଭାଷଣ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର ପ୍ରଦାନ କରିଥିଲେ ଓ ଧନ୍ୟବାଦ ଅର୍ପଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା କରିଥିଲେ । ଏହି ଅବସରରେ ମଂଚାସୀନ ଅତିଥିମାନେ ଇ୧ ଗ୍ରେଡ୍ ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ସମାଜସେବୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଓ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande