ମରଣାନ୍ତକ ଆକ୍ରମଣ ମାମଲାରେ ୩ ଅଭିଯୁକ୍ତ ଗିରଫ
ଜୟପୁର, ୨୬ ଜୁନ୍ (ହି.ସ.)- ମରଣାନ୍ତକ ଆକ୍ରମଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲା ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଖଡପା ଗ୍ରାମର ଭଗବାନ ଭତ୍ରା (୩୬), ତ୍ରିପତ୍ତି ଗୌଡ (୨୬), ଶ୍ୟାମ ଗୌଡ(୪୦) । ପୋଲିସ ସୂଚନା ଅନୁଯାୟ
ମରଣାନ୍ତକ ଆକ୍ରମଣ ମାମଲାରେ ୩ ଅଭିଯୁକ୍ତ ଗିରଫ


ଜୟପୁର, ୨୬ ଜୁନ୍ (ହି.ସ.)- ମରଣାନ୍ତକ ଆକ୍ରମଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲା ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଖଡପା ଗ୍ରାମର ଭଗବାନ ଭତ୍ରା (୩୬), ତ୍ରିପତ୍ତି ଗୌଡ (୨୬), ଶ୍ୟାମ ଗୌଡ(୪୦) ।

ପୋଲିସ ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ଖଡପା ଗ୍ରାମରେ ମା ଗଙ୍ଗାଦେଇ ବାର୍ଷିକ ମହୋତ୍ସବ ପାଳନ ହେଉଥିଲା । ଏହି ଅବସରରେ ଆଦିବାସୀ ନାଟ ମଧ୍ୟ ହେଉଥିଲା । ଅଭିଯୋଗକାରୀ କୃଷ୍ଣ ହରିଜନ ତାଙ୍କ ବଡ ଭାଇ ପ୍ରହଲ୍ଲାଦ ହରିଜନ ଏବଂ ଭଣଜା ପ୍ରଦ୍ନନ ହରିଜନ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଖଡପା ଗ୍ରାମ ଉପର ସାହି ଛକରେ ଦେଶୀ ମଦ ବିକ୍ରି ଚାଲିଥିଲା।

କୃଷ୍ଣ ହରିଜନ ଓାର୍ଡ ମେମ୍ବର ହୋଇଥିବା ବେଳେ ମଦ ବିକ୍ରି ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଅଭିଯୁକ୍ତ ମାନେ ତୁରନ୍ତ ଲୁହା ରଡ ଓ ଲାଠି ଆଣି ଆକ୍ରମଣ କରିଥିଲେ । ଫଳରେ ୩ ଜଣ ଗୁରୁତର ହୋଇଥିଲେ । ତୁରନ୍ତ ଗ୍ରାମବାସୀ ମାନେ ୩ ଗୁରୁତରଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୩ ଅଭିଯୁକ୍ତ ଜୟପୁର ସଦର ଥାନା ଅନ୍ତର୍ଗତ ଖଡପା ଗ୍ରାମର ଭଗବାନ ଭତ୍ରା (୩୬), ତ୍ରିପତ୍ତି ଗୌଡ (୨୬), ଶ୍ୟାମ ଗୌଡ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande