
ଭୁବନେଶ୍ୱର, 26 ଜୁନ୍ (ହି.ସ.)ବହିରେ ତ୍ରୁଟି ଷଡଯନ୍ତ୍ର
ଉପରେ ବିଜେଡି ବିଧାୟକ ସାରଦା ଜେନା ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ
ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ମୁଖ୍ୟମନ୍ତ୍ରୀ ନିଜେ ପରିପ୍ରକାଶ କଲେ ବଡ଼ ଷଡଯନ୍ତ୍ର
ରହିଛି । ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି । ଖାଲି କହିଲେ ହେବନି ଷଡଯନ୍ତ୍ରକୁ ବାହାରକୁ
ଆଣନ୍ତୁ । ନିଜ ଦାୟିତ୍ୱରୁ ଖସିଯିବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଠିକ ନୁହେଁ । ୨୪ ମାସର
ସରକାରର କେବଳ ଗୋଟିଏ କାମ ୨୪ ବର୍ଷର ପୂର୍ବ ସରକାରର ଦୋଷ ଧରିବା । ତ୍ରୁଟି କିଏ କଲା,ଛପା ଦାୟିତ୍ୱ କିଏ ନେଇଥିଲା,ମନ୍ତ୍ରୀ ଓ ଅଫିସର କଣ ଦାୟିତ୍ୱ ନେଇଥିଲେ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ପ୍ରଥମେ
ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛନ୍ତି ସାରଦା ଜେନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା