ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତ ପରିବେଶ ସୃଷ୍ଟି ଅପରିହାର୍ଯ୍ୟ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସରେ ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତ ପରିବେଶ ସୃଷ୍ଟି ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏନେଇ ସୋସିଆଲ ମିଡି
ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତ ପରିବେଶ ସୃଷ୍ଟି     ଅପରିହାର୍ଯ୍ୟ- ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଅନ୍ତର୍ଜାତୀୟ

ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସରେ ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତ ପରିବେଶ ସୃଷ୍ଟି

ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତ ପରିବେଶ ସୃଷ୍ଟି

ଅପରିହାର୍ଯ୍ୟ। ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ

ଅବସରରେ ଆସନ୍ତୁ, ନିଶାଦ୍ରବ୍ୟକୁ

'ନା' କହିବା

ସହ ଏହାର କୁପ୍ରଭାବ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ସଂକଳ୍ପ ନେବା।

ଅବୈଧ ନିଶାଦ୍ରବ୍ୟର ଚୋରା ଚାଲାଣ ଓ ସେବନକୁ ପ୍ରତ୍ୟାଖ୍ୟାନ

କରି ଆସନ୍ତୁ, ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନରେ ସମସ୍ତେ ସହଭାଗୀ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande