କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, ୨୬ ଜୁନ(ହି.ସ.)- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେୟାର କରିଥିବା ନିଜ ବାର୍ତ୍ତାରେ ରାଜ
କେନ୍ଦ୍ରମନ୍ତ୍ରୀ     ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, ୨୬ ଜୁନ(ହି.ସ.)-

ରାଜ୍ୟପାଳ ଡ. ହରିବାବୁ କମ୍ଭମପତି କେନ୍ଦ୍ରୀୟ

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆରେ ସେୟାର

କରିଥିବା ନିଜ ବାର୍ତ୍ତାରେ ରାଜ୍ୟପାଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି

ଏବଂ ଦୀର୍ଘାୟୁ କାମନା କରିଛନ୍ତି। ସେ କହିଛନ୍ତି ଯେ,

ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରସେବାରେ ନିଜ ଦାୟିତ୍ୱକୁ ସଫଳତାର ସହ

ନିର୍ବାହ କରି ଦେଶର ପ୍ରଗତି ଓ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଥାନ୍ତୁ।

ରାଜ୍ୟପାଳ ନିଜ ବାର୍ତ୍ତାରେ

କହିଛନ୍ତି, “କେନ୍ଦ୍ରମନ୍ତ୍ରୀ

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଈଶ୍ୱର ତାଙ୍କୁ ଉତ୍ତମ

ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ଦୀର୍ଘାୟୁ ପ୍ରଦାନ କରନ୍ତୁ। ରାଷ୍ଟ୍ରସେବାରେ ନିଜ

ଦାୟିତ୍ୱ ନିର୍ବାହରେ ସେ ନିରନ୍ତର ଶକ୍ତି ଓ ସଫଳତା ଲାଭ କରନ୍ତୁ ଏବଂ ଦେଶର ପ୍ରଗତି ଓ ବିକାଶ

ପାଇଁ ତାଙ୍କର ସମସ୍ତ ପ୍ରୟାସ ସଫଳ ହେଉ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande