
ଭୁବନେଶ୍ୱର, 26 ଜୁନ୍ (ହି.ସ.)- 'ବନ୍ଦେ ମାତରମ୍'ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ତାଙ୍କ ଜୟନ୍ତୀ
ଅବସରରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ସଙ୍ଗୀତ
‘ବନ୍ଦେ ମାତରମ୍’ର ରଚୟିତା, ପରମ ରାଷ୍ଟ୍ରଭକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ
ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଯେ, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ନିଜର ସାହିତ୍ୟ ସୃଷ୍ଟି ମାଧ୍ୟମରେ ଦେଶପ୍ରେମର ଭାବନାକୁ
ଲୋକଙ୍କ ନିକଟରେ ପହଞ୍ଚାଇଥିଲେ ଏବଂ ଭାରତୀୟ ସଂସ୍କୃତି ସହ ଜାତୀୟ ପରିଚୟକୁ ସୁଦୃଢ଼ କରିଥିଲେ। ତାଙ୍କର
ଶବ୍ଦ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରାଷ୍ଟ୍ରପ୍ରେମର ଜ୍ୟୋତି ପ୍ରଜ୍ୱଳିତ କରୁଛି
ଏବଂ ଯୁବପିଢ଼ି ତଥା ରାଷ୍ଟ୍ରଭକ୍ତମାନଙ୍କ ପାଇଁ ପ୍ରେରଣାର ଏକ ଅମୂଲ୍ୟ ଉତ୍ସ ହୋଇ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା