
ଭୁବନେଶ୍ୱର, ୨୬ ଜୁନ (ହି.ସ.)-
ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ବିଶିଷ୍ଟ ସାହିତ୍ୟିକ ଏବଂ ବନ୍ଦେ ମାତରମ୍’ର ରଚୟିତା ବଙ୍କିମ
ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସେ ଦେଶର ସାହିତ୍ୟିକ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଛନ୍ତି।
ସୋସିଆଲ ମିଡିଆରେ ସେୟାର
କରିଥିବା ନିଜ ବାର୍ତ୍ତାରେ ରାଜ୍ୟପାଳ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଭାରତୀୟ ସାହିତ୍ୟର
ଜଣେ ମହାନ ସ୍ତମ୍ଭ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କର ଅମର ସୃଷ୍ଟି ‘ବନ୍ଦେ
ମାତରମ୍’ ଦେଶବାସୀଙ୍କ ମନରେ ରାଷ୍ଟ୍ରପ୍ରେମ ଓ ଜାତୀୟ ଚେତନା ସଞ୍ଚାର କରିବା ସହ ସ୍ୱାଧୀନତା
ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା।
ରାଜ୍ୟପାଳ ନିଜ ବାର୍ତ୍ତାରେ
କହିଛନ୍ତି, “ବଙ୍କିମ
ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତୀୟ
ସାହିତ୍ୟର ମହାନ ପୁରୋଧା ଏବଂ ‘ବନ୍ଦେ ମାତରମ୍’ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ
ତାଙ୍କର କାଳଜୟୀ ରଚନା ମାଧ୍ୟମରେ ରାଷ୍ଟ୍ରପ୍ରେମ ଓ ଜାତୀୟ ଚେତନାକୁ ଜାଗ୍ରତ କରିଥିଲେ। ଭାରତର
ବୌଦ୍ଧିକ, ସାହିତ୍ୟିକ
ଓ ରାଷ୍ଟ୍ରବାଦୀ ଐତିହ୍ୟରେ ତାଙ୍କର ଅବଦାନ ସର୍ବଦା ଅମର ଏବଂ ପ୍ରେରଣାଦାୟକ ହୋଇ ରହିବ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା