ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪ର ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଏବଂ ୨୦୨୪ ପାଇଁ ମନୋନୀତ ସମସ୍ତ ଚଳଚ୍ଚିତ୍ର, କଳାକାର ଓ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର     ୨୦୨୩ ଓ ୨୦୨୪ର ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, ୨୬ ଜୁନ (ହି.ସ.)-

ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଏବଂ ୨୦୨୪ ପାଇଁ ମନୋନୀତ

ସମସ୍ତ ଚଳଚ୍ଚିତ୍ର, କଳାକାର ଓ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆରେ ସେୟାର

କରିଥିବା ନିଜ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ,

ପୁରସ୍କାର ପ୍ରାପ୍ତ ସମସ୍ତ କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କ

ପ୍ରତିଭା, ସୃଜନଶୀଳତା, ସମର୍ପଣ

ଏବଂ ନିରନ୍ତର ପରିଶ୍ରମ ଓଡ଼ିଆ ସିନେମାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ସହ ଏହାର ସମୃଦ୍ଧ

କଳାତ୍ମକ ଯାତ୍ରାକୁ ଅଧିକ ଗୌରବମୟ କରିଛି।

ରାଜ୍ୟପାଳ ନିଜ ବାର୍ତ୍ତାରେ

କହିଛନ୍ତି, “ରାଜ୍ୟ

ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪ ପାଇଁ ମନୋନୀତ ସମସ୍ତ ଚଳଚ୍ଚିତ୍ର, କଳାକାର

ଓ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣମାନଙ୍କର ଉତ୍ସାହ, ସୃଜନଶୀଳତା

ଓ କଠିନ ପରିଶ୍ରମ ଓଡ଼ିଆ ସିନେମାକୁ ନିରନ୍ତର ନୂତନ ଉଚ୍ଚତାକୁ ନେଇଯାଉଛି ଏବଂ ଏହାର କଳାତ୍ମକ

ଯାତ୍ରାରେ ଅମିଟ ଛାପ ଛାଡ଼ୁଛି। ଭବିଷ୍ୟତରେ ମଧ୍ୟ ଆପଣମାନେ ଏହିଭଳି ନୂତନ ସଫଳତା ହାସଲ କରନ୍ତୁ, ଏହାହିଁ

ମୋର ଶୁଭେଚ୍ଛା।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande