
ଭୁବନେଶ୍ୱର, ୨୬ ଜୁନ (ହି.ସ.) - ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତାରେ ନବୀନ କହିଛନ୍ତି ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘ ବର୍ଷର ସାମ୍ବାଦିକତା ଜୀବନରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି। ଓଡ଼ିଶାର ଗଣମାଧ୍ୟମ ଜଗତରେ ସେ ଜଣେ ଜଣାଶୁଣା ଓ ସମ୍ମାନୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା