ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଏସସି ନର୍ସିଂ ୨୦୨୧-୨୫ ବ୍ୟାଚ୍ର ପରୀକ୍ଷା ଫଳ ଓ ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, 26 ଜୁନ୍ (ହି.ସ.)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଏସସି ନର୍ସିଂ ୨୦୨୧-୨୫ ବ୍ୟାଚ୍ର ପରୀକ୍ଷା ଫଳ ଓ ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ     ଅଧୀନରେ ଥିବା ବିଏସସି ନର୍ସିଂ ୨୦୨୧-୨୫ ବ୍ୟାଚ୍ର ପରୀକ୍ଷା ଫଳ ଓ ପଞ୍ଜୀକରଣ ପାଇଁ     ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ


ଭୁବନେଶ୍ୱର, 26 ଜୁନ୍ (ହି.ସ.)- ବ୍ରହ୍ମପୁର

ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଏସସି ନର୍ସିଂ ୨୦୨୧-୨୫ ବ୍ୟାଚ୍ର ପରୀକ୍ଷା ଫଳ ଓ ପଞ୍ଜୀକରଣ

ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଅଧୀନରେ ଥିବା ୧୬ଟି କଲେଜର ୧୦୦୦ରୁ ଅଧିକ ବିଏସସିନର୍ସିଂ ଛାତ୍ରଛାତ୍ରୀଙ୍କ

ଭବିଷ୍ୟତ ରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଜରୁରୀ

ହସ୍ତକ୍ଷେପ ଲୋଡ଼ିଛନ୍ତି।

ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର

ପ୍ରଶାସନିକ ବିଳମ୍ବ ଯୋଗୁଁ ୨୦୨୧-୨୫ ବ୍ୟାଚ୍ର ପରୀକ୍ଷା ଫଳ ଓ ପଞ୍ଜୀକରଣ ବାକି ଅଛି, ଯାହା ଫଳରେ

ସେମାନେ ଆଗାମୀ ଓଏସଏସଏସସିନର୍ସିଂ ଅଫିସର ନିଯୁକ୍ତି ପରୀକ୍ଷା-୨୦୨୬ ପାଇଁ ଆବେଦନ କରିପାରୁ

ନାହାନ୍ତି। ଦୀର୍ଘ ୪ ବର୍ଷ ପରେ ଆସିଥିବା ଏହି ସୁଯୋଗରୁ ବଞ୍ଚିତ ହେଲେ ପିଲାମାନଙ୍କ କ୍ୟାରିୟର

ନଷ୍ଟ ହୋଇଯିବ।

ସମସ୍ତ ପ୍ରକ୍ରିୟା

ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରି ତୁରନ୍ତ ପରୀକ୍ଷା ଫଳ ପ୍ରକାଶ କରିବା ସହ ଓଏସଏସଏସସି ଆବେଦନର

ଶେଷ ସମୟସୀମାକୁ କିଛି ସପ୍ତାହ ଘୁଞ୍ଚାଇବାକୁ ଅନୁରୋଧ କରୁଛି, ଯଦ୍ୱାରା

ଦକ୍ଷିଣ ଓଡ଼ିଶାର ଏହି ମେଧାବୀ ଛାତ୍ରଛାତ୍ରୀମାନେ ନ୍ୟାୟ ପାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande