ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ
ଭୁବନେଶ୍ୱର, ୨୬ ଜୁନ (ହି.ସ.) - ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କର ୮୩ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା ଲାଗି ଗୁରୁବାରଠାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଶ୍ରୀ ଦା
tryu7op


ଭୁବନେଶ୍ୱର, ୨୬ ଜୁନ (ହି.ସ.) - ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କର ୮୩ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା ଲାଗି ଗୁରୁବାରଠାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ଶ୍ରୀ ଦାଶ ଦୀର୍ଘ ୩୭ ବର୍ଷ କାଳ ସାମ୍ବାଦିକତାରେ ରହିଥିଲେ । ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସମ୍ବାଦଦାତା ଭାବରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଦୀର୍ଘବର୍ଷ କାର୍ଯ୍ୟ କରି ପରେ କଟକ ଓ ଭୁବନେଶ୍ୱରରେ ପିଟିଆଇର ପ୍ରମୁଖ ସମ୍ବାଦଦାତା ତଥା ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ ।

ସାମାଜିକ ଓ ରାଜନୈତିକ ସାମ୍ବାଦିକତାରେ ସେ ବେଶ ସକ୍ରିୟ ଥିଲେ । ଜଣେ ସୁନାମଧନ୍ୟ ଓ ଦକ୍ଷ ସାମ୍ବାଦିକ ଭାବରେ ସେ ପରିଚିତ ଥିଲେ । ଓଡ଼ିଶାର ରାଜନୈତିକ ଜଗତ ସହ ଅତି ନିବିଡ଼ ଭାବରେ ସଂଶ୍ଳିଷ୍ଟ ରହି ଖବର ସଂଗ୍ରହରେ ସେ ସବୁବେଳେ ଆଗୁଆ ରହୁଥିଲେ ଏବଂ ଜାତୀୟ ସ୍ତରରେ ମଧ୍ୟ ପିଟିଆଇର ଜଣେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ।

ସ୍ୱର୍ଗତଃ ଶରତ ଦାଶ କଟକ ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ନିମେଇସାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। କନିଷ୍ଠ ପୁତ୍ର ଅଜିତ କୁମାର ଦାଶ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦୈନିକ ‘ସଂଚାର’ର ମୁଖ୍ୟ ସମ୍ପାଦକ ଅଛନ୍ତି ।

ଶୁକ୍ରବାର ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଉଭୟ ରାଜନୈତିକ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ରାଜନେତା, ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାଶ, ଅଜିତ କୁମାର ଦାଶ,କନ୍ୟା ଡାକ୍ତର ରୀତା ଦାଶ ଓ ରେଖା ଦାଶ, ଜ୍ୱାଇଁ ଡାକ୍ତର ନୟନ ରଞ୍ଜନ ନନ୍ଦ ଏବଂ ଜିବିତେଶ ମିଶ୍ର ଏବଂ ପରିବାର ସ୍ୱଜନ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande