
ନୂଆଦିଲ୍ଲୀ, ୧୬ ଜୁଲାଇ (ହିସ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଦିନ ବେଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ ଏଂଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (କେଏପିଏଲ୍)ର ପରିଚାଳନା ନିର୍ଦ୍ଦେଶକ ଅନୁରାଗ ଦନାୟକଙ୍କୁ ୫ ଲକ୍ଷ ଟଙ୍କା ଲାଂଚ ଗ୍ରହଣ କରିବା ସମୟରେ ଗିରଫ କଲା।
ସିବିଆଇ ଅନୁଯାୟୀ, ଦନାୟକ ଭୋପାଳର ଏକ ଅଧିକୃତ ସେବା ଏଜେଂଟ ଫାର୍ମରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲାଂଚ ଦାବି କରିଥିଲେ। ଏହି ପରିମାଣ ଏକ ସେବା ଏଜେଂଟ ଚୁକ୍ତିନାମା ଅନୁମୋଦନ, ଅତିରିକ୍ତ ପ୍ରତିଷ୍ଠାନ ଯୋଡିବା ପାଇଁ ଏକ ଆବେଦନ ଏବଂ ଚଳିତ ଆର୍ôଥକ ବର୍ଷରେ ଔଷଧ ବିକ୍ରୟ ଉପରେ କମିଶନରେ ଅଂଶଧନ ପାଇଁ ଥିଲା। ସେ ନୋଏଡାରେ ୫ ଲକ୍ଷ ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଧରାପଡ଼ିଥିଲେ, ଯାହା ମୋଟ ଦାବି କରାଯାଇଥିବା ପରିମାଣର ଏକ ଅଂଶ ଥିଲା।
ଗିରଫ ହେବା ପରେ, ସିବିଆଇ ଦନାୟକଙ୍କ ବେଙ୍ଗାଲୁରୁ, ନୋଏଡା ଏବଂ ଜବଲପୁରରେ ଥିବା ବାସଭବନ ଏବଂ କାର୍ଯ୍ୟାଳୟରେ ତଲାସ କରିଥିଲା। ତଲାସୀ ସମୟରେ ପ୍ରାୟ ୭୫ ଲକ୍ଷ ଟଙ୍କା ନଗଦ, ୪ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା, ୬୯୭ ଗ୍ରାମ ସୁନା ଅଳଙ୍କାର ଏବଂ ମୁଦ୍ରା (ପ୍ରାୟ ୮୬ ଲକ୍ଷ ଟଙ୍କା ମୂଲ୍ୟ) ଏବଂ ଏକ ଫ୍ଲାଟର ସମ୍ପତି କାଗଜପତ୍ର ମିଳିଛି। ଏହି ମାମଲାର ତଦନ୍ତ ଚାଲିଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ