ଅନଶନ ବନ୍ଦ କରିବାକୁ ୱାଙ୍ଗଚୁକ୍ଙ୍କୁ ଅନୁରୋଧ କଲେ କେସି ଭେନୁଗୋପାଳ
ନୂଆଦିଲ୍ଲୀ, ୧୬ ଜୁଲାଇ(ହି.ସ.) – କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନଶନରେ ବସିଥିବା ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଅନଶନ ଶେଷ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ବିଫଳତା ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ଶ
ଅନଶନ ବନ୍ଦ କରିବାକୁ ୱାଙ୍ଗଚୁକ୍ଙ୍କୁ ଅନୁରୋଧ କଲେ କେସି ଭେନୁଗୋପାଳ


ନୂଆଦିଲ୍ଲୀ, ୧୬ ଜୁଲାଇ(ହି.ସ.) – କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନଶନରେ ବସିଥିବା ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଅନଶନ ଶେଷ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ବିଫଳତା ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଜାରି ରଖିବ। ବେଣୁଗୋପାଳ ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋନମ ୱାଙ୍ଗଚୁକ୍ ଗତ ୧୯ ଦିନ ଧରି ଅନଶନରେ ବସିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ଗତ ଦେଢ଼ମାସ ଧରି ସମାନ ଦାବି କରିଆସୁଛି। ସେ କହିଛନ୍ତି ଯେ ପରୀକ୍ଷା ବ୍ୟବସ୍ଥାର ପତନ ଏବଂ ମୋଦୀ ସରକାରରେ ଉତର ଦାୟିତ୍ୱର ଅଭାବକୁ ନେଇ କଂଗ୍ରେସ ମଧ୍ୟ ୱାଙ୍ଗଚୁକ୍ଙ୍କ ଯନ୍ତ୍ରଣା ଏବଂ କ୍ରୋଧରେ ସହଭାଗୀ। ବେଣୁଗୋପାଳ କହିଛନ୍ତି ଯେ ୱାଙ୍ଗଚୁକଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ କେବଳ ତାଙ୍କ ପାଇଁ ନୁହେଁ ବରଂ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ପାଇଁ ମଧ୍ୟ ଚିନ୍ତାର ବିଷୟ। ସେ କହିଛନ୍ତି ଯେ କଂଗ୍ରେସ ମୋଦୀ ସରକାରଙ୍କୁ ବିରୋଧ କରିବା ଜାରି ରଖିବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande