ବଙ୍ଗଳା ଟିଏମ୍ସି ନେତାଙ୍କ ଘରେ ୟୁପି ଏଟିଏସ୍ ମାଡ୍ରାସା ପାଣ୍ଠି ମାମଲାରେ ଚଢ଼ାଉ
କୋଲକାତା, ୧୬ ଜୁଲାଇ(ହି.ସ.) – ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ହସନାବାଦ ଥାନା ଅନ୍ତର୍ଗତ ରାମେଶ୍ୱରପୁରରେ ଗୁରୁବାର ସକାଳେ ଉତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍(ଏଟିଏସ୍) ଦଳ ଟିଏମ୍ସି ନେତା ଅବଦୁଲ୍ଲା ଗାଜିଙ୍କ ବାସଭବନରେ ଚଢ଼ାଉ କରିଛି। ଗୁରୁବାର ଦିନ ମଦ୍ରାସା ନିର୍ମାଣ ନାମରେ
ବଙ୍ଗଳା ଟିଏମ୍ସି ନେତାଙ୍କ ଘରେ ୟୁପି ଏଟିଏସ୍ ମାଡ୍ରାସା ପାଣ୍ଠି ମାମଲାରେ ଚଢ଼ାଉ


କୋଲକାତା, ୧୬ ଜୁଲାଇ(ହି.ସ.) – ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ହସନାବାଦ ଥାନା ଅନ୍ତର୍ଗତ ରାମେଶ୍ୱରପୁରରେ ଗୁରୁବାର ସକାଳେ ଉତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍(ଏଟିଏସ୍) ଦଳ ଟିଏମ୍ସି ନେତା ଅବଦୁଲ୍ଲା ଗାଜିଙ୍କ ବାସଭବନରେ ଚଢ଼ାଉ କରିଛି। ଗୁରୁବାର ଦିନ ମଦ୍ରାସା ନିର୍ମାଣ ନାମରେ ବିଦେଶରୁ ପାଣ୍ଠି ଗ୍ରହଣ ଏବଂ ଠକେଇ ଅଭିଯୋଗର ତଦନ୍ତ ସଂକ୍ରାନ୍ତରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମଦ୍ରାସା ନିର୍ମାଣ ପାଇଁ ଅବଦୁଲ୍ଲା ଗାଜିଙ୍କ ଆକାଉଂଟକୁ ବିଦେଶୀ ଉତ୍ସରୁ କୋଟି କୋଟି ଟଙ୍କା ଆସିଥିବା ଅଭିଯୋଗ ହୋଇଛି। ଏହି ଅର୍ଥର ବ୍ୟବହାର, ଆର୍ôଥକ କାରବାର ଏବଂ ଅନୁଦାନର ଉତ୍ସକୁ ନେଇ ପ୍ରଶ୍ନ ଉଠିଛି। ଏହି ଦିଗଗୁଡ଼ିକର ତଦନ୍ତ କରିବା ପାଇଁ ଏଟିଏସ୍ ଏକ ସର୍ଚ୍ଚ ଅପରେସନ କରିଥିଲା ଏବଂ ଅଭିଯୁକ୍ତ ନେତାଙ୍କୁ ପଚରାଉଚରା କରିଥିଲା।

ସୂତ୍ର ଅନୁଯାୟୀ, ଅବଦୁଲ୍ଲା ଗାଜିଙ୍କୁ ମଧ୍ୟ ଦୁଇବର୍ଷ ପୂର୍ବେ ଏହି ମାମଲାରେ ଉତରପ୍ରଦେଶ ଏଟିଏସ୍ ଦ୍ୱାରା ଗିରଫ କରାଯାଇଥିଲା। ଏହି ମାମଲାର ତଦନ୍ତ ଏବେବି ଜାରି ରହିଛି। ନିକଟରେ ମିଳିଥିବା ନୂତନ ସୂଚନା ଆଧାରରେ ପୁନର୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଚଢ଼ାଉ ସମୟରେ ସୁରକ୍ଷା କର୍ମୀମାନେ ବାସଭବନ ବାହାରେ ମୁତୟନ ରହିଥିଲେ। ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ସୂତ୍ର ଅନୁଯାୟୀ, ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ମଧ୍ୟ ଏହି ଅପରେସନରେ ଏଟିଏସ୍ ସହିତ ଜଡ଼ିତ ଥିଲେ।

ତେବେ ସମଗ୍ର ପ୍ରସଙ୍ଗରେ ଉତର ପ୍ରଦେଶ ଏଟିଏସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ଜାରି କରାଯାଇ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande