
ଗାନ୍ଧୀନଗର, ୧୭ ଜୁଲାଇ (ହିସ): ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଆଉ ପାଂଚ ଜଣ ଅଭିଯୁକ୍ତଙ୍କୁ ଗୁଜୁରାଟ ଆଂଟି-ଟେରୋରିଷ୍ଟ ସ୍କ୍ୱାଡ୍ ଗିରଫ କରିଛି। ଏହି ମାମଲାରେ ଏଟିଏସ୍ ପୂର୍ବରୁ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି ପାଂଚ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଗୁଜରାଟର ବିଭିନ୍ନ ଜିଲ୍ଲାର ବାସିନ୍ଦା। କାଡି କୋର୍ଟ ସମସ୍ତ ପାଂଚ ଅଭିଯୁକ୍ତଙ୍କୁ ଆଠ ଦିନର ପୋଲିସ ହେପାଜତକୁ ପଠାଇଛି।
ଏଟିଏସ୍ ଅନୁଯାୟୀ, ଗିରଫ ହୋଇଥିବା ପାଂଚ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିବା ଆଠ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ବିସ୍ଫୋରକ ସାମଗ୍ରୀ ପରୀକ୍ଷା କରୁଥିଲେ ବୋଲି ଅଭିଯୋଗ ହୋଇଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଅନେକ ଥର ବିସ୍ଫୋରକ ପରୀକ୍ଷା କରିଥିଲେ। ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ରୁ ବୋମା ତିଆରି, ଜିହାଦୀ ସାହିତ୍ୟ ଏବଂ ବିସ୍ଫୋରକ ସହିତ ଜଡିତ ଡକ୍ୟୁମେଂଟ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଥିଲେ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ସାହିତ୍ୟ ଅଧ୍ୟୟନ କରୁଥିଲେ।
ଓଟିଏସ୍ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମାମଲାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ମହମ୍ମଦ ଅମିନଙ୍କଠାରୁ ବୋମା ତିଆରି ସାମଗ୍ରୀ ଜବତ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ମହମ୍ମଦ ଆୟୁବ କାଡିୱାଲା ଏହି ସାମଗ୍ରୀ ବ୍ୟବହାର କରି ଟାଇମ୍ ବୋମା ତିଆରି କରିବାକୁ ଚେଷ୍ଟା କରିଥିଲେ, ଯଦିଓ ସେ ବିଫଳ ହୋଇଥିଲେ। ପରେ ସାମଗ୍ରୀଗୁଡ଼ିକ ବିଲାଲ ଆବିଦଭାଇ ଶେରାଙ୍କୁ ପ୍ରଦାନ କରାଯାଇଥିଲା।
--------------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ