ସୋନମ୍ ୱାଙ୍ଗଚୁକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ମୌଳିକ ଅଧିକାର ଉପରେ ଅତିକ୍ରମଣ ବୋଲି କହିଲା କଂଗ୍ରେସ
ନୂଆଦିଲ୍ଲୀ, ୧୮ ଜୁଲାଇ (ହି.ସ.)- ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଥିବା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ଦ୍ୱାରା ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯିବାକୁ ମୌଳିକ ଅଧିକାର ଉପରେ ଅତିକ୍ରମଣ ବୋଲି କଂଗ୍ରେସ କହିଛି । କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ତଥା ରାଜ୍
ସୋନମ୍ ୱାଙ୍ଗଚୁକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ମୌଳିକ ଅଧିକାର ଉପରେ ଅତିକ୍ରମଣ ବୋଲି କହିଲା କଂଗ୍ରେସ


ନୂଆଦିଲ୍ଲୀ, ୧୮ ଜୁଲାଇ (ହି.ସ.)- ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଥିବା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ଦ୍ୱାରା ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯିବାକୁ ମୌଳିକ ଅଧିକାର ଉପରେ ଅତିକ୍ରମଣ ବୋଲି କଂଗ୍ରେସ କହିଛି । କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ପୱନ ଖେରା ଏକ୍ସ-ପୋଷ୍ଟରେ କହିଛନ୍ତି ଯେ, ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ସ୍ୱର ଉଲୋଳନ ଏବଂ ବିରୋଧ କରିବାର ଅଧିକାର ପ୍ରଦାନ କରିଛି, କିନ୍ତୁ ଗୃହ ମନ୍ତ୍ରଣାଳୟର ମନୋଭାବ ଏହି ଅଧିକାରକୁ ଟାର୍ଗେଟ୍ କରିବା ଭଳି ଅଟେ ।

ଖେରା ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ପୋଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ ଏବଂ ମାତ୍ର ଗୋଟିଏ ଦିନ ପୂର୍ବରୁ ଜଣେ ନୂତନ ପୋଲିସ କମିଶନର ନିଯୁକ୍ତ ହୋଇଛନ୍ତି । ଯଦି ଆଜିର କାର୍ଯ୍ୟ ତାଙ୍କର ପ୍ରଥମ ବାର୍ତା, ତେବେ ଏହା ସ୍ପଷ୍ଟ ଯେ ସାମ୍ବିଧାନିକ କର୍ତବ୍ୟ ଅପେକ୍ଷା କ୍ଷମତା ପ୍ରତି ତାଙ୍କର ଆନୁଗତ୍ୟ ଅଧିକ ।

ସେ କହିଛନ୍ତି ଯେ, ମହିଳା କୁସ୍ତିଯୋଦ୍ଧାମାନଙ୍କୁ ରାସ୍ତା ଉପରେ ଘୋଷାଡ଼ିବା ହେଉ କିମ୍ବା ପୂର୍ବତନ ସୈନିକଙ୍କୁ ଦୁର୍ବ୍ୟବହାର କରିବା ହେଉ, ସରକାର ବାରମ୍ବାର ଦେଖାଇଛନ୍ତି ଯେ, ସମ୍ବିଧାନର ଇଜ୍ଜତ କିମ୍ବା ଗଣତାନ୍ତ୍ରିକ ମର୍ଯ୍ୟାଦା ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ ।

ଉଲ୍ଲେଖନୀୟ ଯେ, ଅନଶନର ୨୧ତମ ଦିନ ସକାଳେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ପହଂଚିଥିଲା ଏବଂ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତି କରିଥିଲା । ପୋଲିସ କହିଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଲଗାତାର ଅବନତି ହେତୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପୋଲିସ ସହିତ ମଧ୍ୟ ସଂଘର୍ଷ କରିଥିଲେ । ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ୱାଙ୍ଗଚୁକ୍ ଅନଶନରେ ବସିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଥିଲା । ତାଙ୍କର ଓଜନ ପ୍ରାୟ ୯.୫ କେ.ଜି. ହ୍ରାସ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande