
ରାଜୌରୀ, ଜୁଲାଇ 18 (ହି.ସ)। ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଜାମ୍ମୁ କାଶ୍ମୀରର ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ତାରକୁଣ୍ଡି ସେକ୍ଟରରେ ପାକିସ୍ତାନୀ ସେନା ଭାରୀ ଛୋଟ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲା। ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ପିଓକେର ପରିସ୍ଥିତିରୁ ଦେଶ ଏବଂ ବିଶ୍ୱର ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳି ଚଳାଇଛି। ଏହି ସମୟରେ ଅନୁପ୍ରବେଶ ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା