ତିରୁପ୍ପୁର ସଡ଼କ ଦୁର୍ଘଟଣା : ଗ୍ୟାସ୍ ଟ୍ୟାଙ୍କର୍ ଓ ଟ୍ରକ୍ ମଧ୍ୟରେ ଫଶିଲା କାର୍ : ତିନି ମୃତ, ୫ ଆହତ
ତିରୁପ୍ପୁର, ୧୮ ଜୁଲାଇ (ହି.ସ.)- ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ଚେଙ୍ଗପଲ୍ଲୀ ନିକଟରେ କୋଏମ୍ବାଟୁର-ସେଲମ ଜାତୀୟ ରାଜପଥରେ ଶନିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ରା
ତିରୁପ୍ପୁର ସଡ଼କ ଦୁର୍ଘଟଣା : ଗ୍ୟାସ୍ ଟ୍ୟାଙ୍କର୍ ଓ ଟ୍ରକ୍ ମଧ୍ୟରେ ଫଶିଲା କାର୍ : ତିନି ମୃତ, ୫ ଆହତ


ତିରୁପ୍ପୁର, ୧୮ ଜୁଲାଇ (ହି.ସ.)- ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ଚେଙ୍ଗପଲ୍ଲୀ ନିକଟରେ କୋଏମ୍ବାଟୁର-ସେଲମ ଜାତୀୟ ରାଜପଥରେ ଶନିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରିଛି । ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସର କହିବା ଅନୁଯାୟୀ, ଆଠ ଜଣଙ୍କ ଏକ ଦଳ କାର୍ ରେ ତିରୁଟ୍ଟାନୀରୁ ଉଟି ଅଭିମୁଖେ ଯାତ୍ରା କରୁଥିଲେ । ଚେଙ୍ଗପଲ୍ଲୀ ନିକଟରେ ଜାତୀୟ ରାଜପଥରେ ଡ୍ରାଇଭର ଆଗକୁ ଯାଉଥିବା ଏକ ଗ୍ୟାସ୍ ଟ୍ୟାଙ୍କରକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ କାର୍ ଟି ଭାରସାମ୍ୟ ହରାଇଥିଲା ଏବଂ ଟ୍ୟାଙ୍କରଟି କାର୍ ର ପଛପଟେ ଧକ୍କା ଦେଇଥିଲା । ଧକ୍କା ପରେ କାର୍ ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଆଗକୁ ଯାଉଥିବା ଅନ୍ୟ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଦୁଇଟି ଭାରୀ ଯାନ ମଧ୍ୟରେ ଫସିଯିବା ଦ୍ୱାରା କାର୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ସମୟରେ କାର୍ ରେ ଚାରି ଜଣ ପୁରୁଷ ଏବଂ ଚାରି ଜଣ ମହିଳା ସମେତ ମୋଟ୍ ଆଠ ଜଣ ଥିଲେ । ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୋଲିସ ଶବ ଚିହ୍ନଟ ପ୍ରକ୍ରିୟା ସର୍ମ୍ପୂ କରିବା ସହିତ ମୃତକମାନଙ୍କ ପରିବାରକୁ ସୂଚନା ଦେବା ପ୍ରକ୍ରିୟାରେ ଅଛି ।

ଆହତଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତାଙ୍କୁ ପେରୁନ୍ଦୁରାଇ ସରକାରୀ ଡାକ୍ତରଖାନାର ଇଂଟେନ୍ସିଭ୍ କେୟାର ୟୁନିଟ୍ (ଆଇ. ସି. ୟୁ.) ରେ ଭର୍ତି କରାଯାଇଛି, ଯେଉଁଠାରେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଚାରି ଜଣ ଆହତଙ୍କୁ ତିରୁପ୍ପୁର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଯାଇଛି, ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande