ପୋଲିସ ଉପରେ ଆକ୍ରମଣ କରିବା ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହିଷ୍ଟ୍ରି-ଶୀଟର୍ କରୁପ୍ପୁ ଗୋଡରେ ବାଜିଲା ଗୁଳି
ଚେନ୍ନାଇ, ୧୯ ଜୁଲାଇ (ହି.ସ.)- ଚେନ୍ନାଇ ପୋଲିସ ୧୯ଟି ଅପରାଧିକ ମାମଲାରେ ୱାଂଟେଡ୍ ''ଏ'' ବର୍ଗର ହିଷ୍ଟ୍ରି-ଶୀଟର୍ କରୁପ୍ପୁ ଓରଫ୍ ତାମିଲ ଆଲାଗୁକୁ ପୋଲିସ ଉପରେ ଆକ୍ରମଣ କରି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳି ମାରି ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ଦେଶୀ ବୋମା ତିଆରି ପାଇଁ
ପୋଲିସ ଉପରେ ଆକ୍ରମଣ କରିବା ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହିଷ୍ଟ୍ରି-ଶୀଟର୍ କରୁପ୍ପୁ ଗୋଡରେ ବାଜିଲା ଗୁଳି


ଚେନ୍ନାଇ, ୧୯ ଜୁଲାଇ (ହି.ସ.)- ଚେନ୍ନାଇ ପୋଲିସ ୧୯ଟି ଅପରାଧିକ ମାମଲାରେ ୱାଂଟେଡ୍ 'ଏ' ବର୍ଗର ହିଷ୍ଟ୍ରି-ଶୀଟର୍ କରୁପ୍ପୁ ଓରଫ୍ ତାମିଲ ଆଲାଗୁକୁ ପୋଲିସ ଉପରେ ଆକ୍ରମଣ କରି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳି ମାରି ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ଦେଶୀ ବୋମା ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହି ଘଟଣା ସମୟରେ ଜଣେ ହେଡ୍ କନେଷ୍ଟବଳ ମଧ୍ୟ ଆହତ ହୋଇଥିଲେ, ଯିଏକି ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ପୋଲିସର କହିବା ଅନୁଯାୟୀ, ଚେନ୍ନାଇର କୁନ୍ଦ୍ରାଥୁର ନିକଟସ୍ଥ ଥିରୁମୁଦିଭାକ୍କମ୍ ଅଂଚଳର ବାସିନ୍ଦା କରୁପ୍ପୁ ଓରଫ ତାମିଲ ଆଲାଗୁ ଦୀର୍ଘ ସମୟ ଧରି ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ତା’ ବିରୋଧରେ ଦୁଇଟି ହତ୍ୟା ମାମଲା ସମେତ ମୋଟ୍ ୧୯ଟି ଅପରାଧିକ ମାମଲା ରହିଛି । ସେ ପୁଲିସର 'ଏ' ବର୍ଗର ହିଷ୍ଟ୍ରି-ଶୀଟର ତାଲିକାରେ ସ୍ଥାନ ପାଇଛି । କରୁପ୍ପୁ ଚାନ୍ଦା ଆଦାୟ, ଲୋକଙ୍କୁ ଧମକ ଦେବା, ବେଆଇନ କଟ୍ଟା ପଂଚାୟତ ଚଳାଇବା, ହତ୍ୟା ଧମକ ଦେବା ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ପାଲିସ ଏକ ଗୁପ୍ତ ସୂଚନା ପାଇଥିଲା ଯେ, କୁନ୍ଦ୍ରାଥୁର ଅଂଚଳରେ ଏକ ଘରୋଇ କଲେଜ ପଛପଟେ ଥିବା ଏକ ଖାଲି ପଡ଼ିଆରେ କରୁପ୍ପୁ ଗଞ୍ଜେଇ ବିକ୍ରି କରୁଛି । ଏହି ସୂଚନାକୁ ଭିତି କରି ଥିରୁମୁଦିଭାକ୍କମ୍ ପୋଲିସ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅଂଚଳକୁ କର୍ଡନ୍ କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲା ।

ଚଢ଼ଉ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, କରୁପ୍ପୁ ତା’ର ସହଯୋଗୀ ଓଟେରୀର ବାସିନ୍ଦା ଆକାଶ ଓରଫ ସୂର୍ଯ୍ୟ ସହ ଦେଶୀ ବୋମା ପ୍ରସ୍ତୁତ କରୁଥିଲା । ପୋଲିସ୍ ଦଳକୁ ଦେଖି, କରୁପ୍ପୁ ପୋଲିସ୍ ଉପରକୁ ଦେଶୀ ବୋମା ଫିଙ୍ଗିବାକୁ ଚେଷ୍ଟା କରିଥିଲା ଏବଂ ଘଟଣାସ୍ଥଳରୁ ଖସି ଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ, ଯେତେବେଳେ ପୋଲିସ ତାକୁ ଘେରିଥିଲା, ଅଭିଯୁକ୍ତମାନେ ହେଡ୍ କନେଷ୍ଟବଳ ବିଜୟ କୁମାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ହେଡ୍ କନେଷ୍ଟବଳଙ୍କ ଡାହାଣ ହାତର କହୁଣୀରେ ଆଘାତ ଲାଗିଛି ।

ପୋଲିସର କହିବା ଅନୁଯାୟୀ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଅଭିଯୁକ୍ତକୁ ପଳାୟନ କରିବାରୁ ରୋକିବା ପାଇଁ, ସେଠାରେ ଉପସ୍ଥିତ ପୋଲିସ ଇନ୍ସପେକ୍ଟର ଆତ୍ମରକ୍ଷା ଏବଂ ଆବଶ୍ୟକ ବଳ ପ୍ରୟୋଗ କରି କରୁପ୍ପୁହ ଡାହାଣ ଗୋଡ଼ର ଆଣ୍ଠୁକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ ହେବା ମାତ୍ରେ ଅଭିଯୁକ୍ତ ତଳେ ପଡ଼ିଯାଇଥିଲା, ଯାହା ପରେ ପୋଲିସ ତାକୁ ଗିରଫ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande