ଟ୍ରକ୍କୁ ଧକ୍କା ଦେଲା ଚୁଙ୍ଗୁଡ଼ି ବୋଝେଇ କଂଟେନର
କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ରାସ୍ତା କଡ଼ରେ ଅଟକି ଥିବା ଏକ ଟ୍ରକ୍କୁ ଧକ୍କାଦେଲା ଚୁଙ୍ଗୁଡ଼ି ବୋଝେଇ କଂଟେନର। ଫଳରେ କଂଟେନରରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯା
ଟ୍ରକ୍ କୁ ଧକ୍କା ଦେଲା ଚୁଙ୍ଗୁଡ଼ି ବୋଝେଇ କଣ୍ଟେନର


କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ରାସ୍ତା କଡ଼ରେ ଅଟକି ଥିବା ଏକ ଟ୍ରକ୍କୁ ଧକ୍କାଦେଲା ଚୁଙ୍ଗୁଡ଼ି ବୋଝେଇ କଂଟେନର। ଫଳରେ କଂଟେନରରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଛକ ଠାରେ ଚକ ଫାଟି ଯିବା ଯୋଗୁଁ ଏକ ସିମେଂଟ ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଥିଲା। ଆଜି ଭୋର୍ ପ୍ରାୟ ୫,୩୦ଟାବେଳେ କଟକ ଆଡୁ ଆସୁଥିବା ଏକ ଚୁଙ୍ଗୁଡ଼ି ବୋଝେଇ କଂଟେନର ଅଟକି ଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଚୁଙ୍ଗୁଡ଼ି ବୋଝେଇ ଟ୍ରକ୍ରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି। ସଦର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପରିଚୟ ମିଳିଛି। ଏହି ଦୁର୍ଘଟଣାରେ ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଅଂଚଳର ରବିନ୍ଦ୍ର ଜେନା ଓ ଭଦ୍ରକ ବାସୁଦେବପୁର ଅଂଚଳର ଶାନ୍ତନୁ ଜେନା। ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଦୁଇଜଣ ହେଉଛନ୍ତି ଭଦ୍ରକ ବାସୁଦେବପୁରର ସ୍ୱାଧୀନ ଦାସ ଓ ନୟାଗଡ଼ର ବୁଦ୍ଧିଆ ସାହୁ। ଆଜି ଭୋରୁ ଏକ ଚିଙ୍ଗୁଡ଼ି ବୋଝେଇ କଂଟେନର କୁସୁନପୁର ଠାରେ ରାସ୍ତା କଡ଼ରେ ଅଟକିଥିବା ସିମେଂଟ ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande