
ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ରାଜଧାନୀରେ
ଚାଞ୍ଚଲ୍ୟ । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ବନମାଳୀ ଭୋଳ
। ଗତ ୧୫ ତାରିଖ ଅପରାହ୍ନରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣା ସାହିରେ ବନମାଳୀ ଭୋଳଙ୍କୁ
ଆକ୍ରମଣ କରିଥିଲେ ଦୁର୍ବୁର୍ତ୍ତ । ଆକ୍ରମଣ ପରେ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲରେ
ଭର୍ତ୍ତି ହୋଇଥିଲେ ବନମାଳୀ। କିନ୍ତୁ କାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଏହି
କେସରେ ପୂର୍ବରୁ ଆଦିତ୍ୟ ଲେଙ୍କା ନାମକ ବ୍ୟକ୍ତି ଗିରଫ ହୋଇଥିଲା । ଏହି ଘଟଣାରେ ଆଉ ଜଣେ ଫେରାର
ଅଛନ୍ତି। ତେବେ ପ୍ରଥମେ ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବା ବେଳେ ଆଜି ହତ୍ୟା
ମାମଲା ରୁଜୁ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା