ଅପରାହ୍ନ’ ଭଦ୍ରକ ସାଳନ୍ଦୀ ସାହିତ୍ୟ ଝରର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ସାରସ୍ୱତ ସମାରୋହ
ଭଦ୍ରକ, ୨୦ ଜୁଲାଇ (ହି.ସ.) - ଦୈନିକ ସମ୍ବାଦପତ୍ର ଅପରାହ୍ନ ର ମାସିକ ସାହିତ୍ୟ ପତ୍ରିକା ଭଦ୍ରକ ସାଳନ୍ଦୀ ସାହିତ୍ୟ ଝର ର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ସାରସ୍ୱତ ସମାରୋହ ପ୍ରବଳ ବର୍ଷା ସଲ୍ୱେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଖୁବ୍ ସଫଳତା ର ସହ ପାଳିତ ହୋଇଯାଇଛି। ଏହି ସମାରୋହ ଦୁଇ
APARAHAN SALANDI JHARA BARSIKA UTSAV


ଭଦ୍ରକ, ୨୦ ଜୁଲାଇ (ହି.ସ.) - ଦୈନିକ ସମ୍ବାଦପତ୍ର ଅପରାହ୍ନ ର ମାସିକ ସାହିତ୍ୟ ପତ୍ରିକା ଭଦ୍ରକ ସାଳନ୍ଦୀ ସାହିତ୍ୟ ଝର ର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ସାରସ୍ୱତ ସମାରୋହ ପ୍ରବଳ ବର୍ଷା ସଲ୍ୱେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଖୁବ୍ ସଫଳତା ର ସହ ପାଳିତ ହୋଇଯାଇଛି। ଏହି ସମାରୋହ ଦୁଇଟି ଅଧିବେଶନ ରେ ପର୍ଯ୍ୟାୟ କ୍ରମେ ସମାପିତ ହୋଇଥିଲା।ପ୍ରଥମ ଅଧିବେଶନ ରେ ଭଦ୍ରକ ଜିଲ୍ଲା ସଂଯୋଜକ ତଥା ସାମ୍ବାଦିକ ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ ସଭାପତି ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଭଦ୍ରକର ଉପ ଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ରୂପେ କବି ପ୍ରଶାନ୍ତ ଦାସ ଓ ସମ୍ମାନିତ ଅତିଥି ରୂପେ ଲେଖକ ଶ୍ରୀକାନ୍ତ ମହାଳିକ ଉପସ୍ଥିତ ଥିଲେ। ବିଶିଷ୍ଟ ବରେଣ୍ୟ ଅତିଥି ରୂପେ ଅପରାହ୍ନ ଖବରକାଗଜ ର ପ୍ରକାଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶ ଓ ସମ୍ପାଦକ ବଂଶୀଧର ଜେନା ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାମ୍ବାଦିକ ହେମନ୍ତ ସିଂହ ଅତିଥିଙ୍କୁ ମଂଚ ଆହ୍ୱାନ, କବି ରବି କୁମାର ମହାନ୍ତି ଅତିଥି ପରିଚୟ ଓ ଶେଷରେ ସାମ୍ବାଦିକ ତପନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ କଣ୍ଠଶିଳ୍ପୀ ଶଶୀକଳା ଓ ରଶ୍ମିତା ଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ସମାରୋହରେ ଲେଖକ ଶ୍ରୀକାନ୍ତ ମହାଳିକ ଙ୍କର ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ଯାହାର ସମୀକ୍ଷା କବି ପୂର୍ଣ୍ଣଚନ୍ଦ୍ର ମହାଳିକ ଓ ପ୍ରଭାସ ଶଙ୍କର କରିଥିଲେ । ଏହା ସହିତ ଅନ୍ୟ ୧୦ ଜଣ ସମାଜସେବୀ ଓ ସାମ୍ବାଦିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ଅଧିବେଶନ ରେ ସଭାପତିତ୍ୱ କରିଥିଲେ କବି, ଶିକ୍ଷାବିତ୍ ତଥା ଅପରାହ୍ନ ର ଜିଲ୍ଲା ସହ ସଂଯୋଜକ ବିଶ୍ୱନାଥ କିଙ୍କର ରାଉତ। ତାଙ୍କ ସହ ମୁଖ୍ୟ ଅତିଥି ରୂପେ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ମୁଖ୍ୟ ବକ୍ତା ରୂପେ ସାମ୍ବାଦିକ ପ୍ରମୋଦ ରାୟ , ସମ୍ମାନିତ ଅତିଥି ରୂପେ ଅଧ୍ୟାପିକା ପ୍ରତିମା ସାହୁ ଓ ବରେଣ୍ୟ ଅତିଥି ରୂପେ କବି ଶିବ ନାରାୟଣ ବିଶ୍ୱାଳ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଅନୁଷ୍ଠିତ ହୋଇଥିବା କବିତା ପାଠୋତ୍ସବ କୁ କବୟିତ୍ରୀ ସଂଯୁକ୍ତା ବଳ ଓ କବି ବିଜୟ ବେହେରା ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ ତଥା କବି ନାରାୟଣ ଚନ୍ଦ୍ର ସାମଲ କବିତା ମାନଙ୍କର ସମୀକ୍ଷା କରିଥିଲେ। ଏହି କବିତା ପର୍ବ ରେ ଭଦ୍ରକ ତଥା ଆଖପାଖ ଜିଲ୍ଲାର ୬୦ ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ମାନେ ଯୋଗ ଦେଇ ସ୍ୱରଚିତ କବିତା ଆବୃତି କରିଥିଲେ। କବିତା ପର୍ବ ରେ ଶ୍ରୀ ମୁକୁନ୍ଦ ଦେବ ନାୟକ, ରମେଶ ଚନ୍ଦ୍ର ବାରିକ, ସନ୍ତୋଷ କୁମାର ଓଝା, ଜୟନ୍ତୀ ଲତା ନାୟକ, ମାମି ପାତ୍ର, ରଶ୍ମିତା ପ୍ରମାଣିକ, ସାବିତ୍ରୀ ବାନାର୍ଜୀ, ସୁଚିସ୍ମିତା କର, ଜଗବନ୍ଧୁ ମହାନ୍ତି, ହରିହର ମଳିକ, ପୁରୁଷୋତମ ବିଶ୍ୱାଳ, ବୈକୁଣ୍ଠ ନାଥ ଓଝା, ଶରତ କୁମାର ସାହୁ,ବିଭାସ ଶଙ୍କର, ପୂର୍ଣ୍ଣଚନ୍ଦ୍ର ସିଂହ, ବଳରାମ ମଲ୍ଲିକ, ରବିନାରାୟଣ ବିଶ୍ୱାଳ, ସୁପ୍ରଭା ମିଶ୍ର, ଅବଦୁଲ ଦୟାନ, ରମେଶ ସ୍ୱାଇଁ, ସନ୍ତୋଷ ମିଶ୍ର, ଓମକାର୍ ଙ୍କ ସହ ଆହୁରି ଅନେକ ସ୍ରଷ୍ଟା ସ୍ୱରଚିତ କବିତା ଆବୃତି କରି ଆସର କୁ ସର୍ବଗୁଣ ସମ୍ପନ୍ନ କରି ଗଢ଼ି ତୋଳିଥିଲେ। ମଂଚାସୀନ ଅତିଥି ମାନେ ସାହିତ୍ୟ ର ସୃଷ୍ଟି, ସାହିତ୍ୟ ରେ ସତ୍ ଭାବନା ର ଭୂମିକା ତଥା ସାହିତ୍ୟ ର ସମାଜ ମଙ୍ଗଳକାରୀ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande