ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଭଦ୍ରକ, ୨୦ ଜୁଲାଇ (ହି.ସ.) - ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ (ଓସ୍ନେଲିଆ) ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ନୂଆ ସରକାରୀ ଅନୁଦାନ ଦାବୀରେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍
BESARAKARI ADHYAPAKA & KARMACHARI SANGHA


ଭଦ୍ରକ, ୨୦ ଜୁଲାଇ (ହି.ସ.) - ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ (ଓସ୍ନେଲିଆ) ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ନୂଆ ସରକାରୀ ଅନୁଦାନ ଦାବୀରେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧା ଓ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କମଳା କାନ୍ତ ଓଝା ଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ର ସମସ୍ତ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ (୪୮୮ ଏବଂ ୬୬୨ ବର୍ଗ) ୧.୬.୨୦୦୮ରୁ୧.୬.୨୦୧୮ ମଧ୍ୟରେ ପରିଚାଳନା ସମିତି ଦ୍ୱାରା ନିଯୁକ୍ତ ପାଇଥିବା ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ନୂଆ ସରକାରୀ ଅନୁଦାନ ଦାବୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଏହି ଦାବୀ ଦୀର୍ଘଦିନ ର ଦାବୀ ଅଟେ। ଗତ ୨୦୨୫ ମସିହା ଜୁଲାଇ ମାସରେ ଲୋୟର ପିଏମଜି ରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ସ୍ୱରୂପ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଓ ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ଅଧ୍ୟକ୍ଷତାରେ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଙ୍କ ସହ ସଂଘର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ନୂଆପଡ଼ା ନିର୍ବାଚନ ପରେ ୨୦୦୮-୧୮ ସରକାରୀ ଅନୁଦାନ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ପରବର୍ତୀ ଅବସ୍ଥାରେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ସମାଜ ର ସମସ୍ତ ସମସ୍ୟା କୁ ସମାଧାନ କରିବା ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୬ ମାସ ମଧ୍ୟରେ ସଂଘର ଦାବି ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ଘୋଷଣା କରିଥିଲେ । ମାତ୍ର ଉକ୍ତ କମିଟି ୬ ମାସ ଅବଧି ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କୁ ସଂଘର ଦାବୀ ସମ୍ବନ୍ଧରେ ତଥ୍ୟ ପ୍ରେରଣ କରିଥିବା ବେଳେ ସରକାର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ସମସ୍ୟାକୁ ସମାଧାନ ନ କରି ଜ୍ଞାନୋଦୟ ରୁ ଶିକ୍ଷାର ସମୃଦ୍ଧି ଯୋଜନା କୁ ତରବରିଆ ଭାବେ ଘୋଷଣା କରିବା ଦ୍ୱାରା ଏହି ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡ଼କୁ ଟାଣି ହୋଇଯାଇଛି। ତେଣୁ ସଂଘ ଅଦ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ୨୦୦୮-୧୮ ସରକାରୀ ଅନୁଦାନ ଘୋଷଣା ନିମନ୍ତେ ଦାବିପତ୍ର ପ୍ରଦାନ କରିଅଛି। ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ମୌସୁମୀ ଅଧିବେଶନ ରେ ସଂଘ ଲୋୟର ପି.ଏମ.ଜି ରେ ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande