ବିଜେପି ଅକ୍ତିଆରରେ ଖଡ଼ିଆଳ ଏନଏସି
ନୂଆପଡ଼ା, ୨୦ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସିକୁ ଅକ୍ତିଆର କଲା ପରେ ଆଜି ବିଜୟ ଉତ୍ସବ ପାଳନ କରିଛି ବିଜେପି। ପୂର୍ବରୁ ଏହି ଏନ୍ ଏ ସି କଂଗ୍ରେସ କବଜାରେ ଥିଲା କିନ୍ତୁ ଗତ ୧୭ ତାରିଖ ଦିନ ଖଡ଼ିଆଳ ନଗରପାଳ ଉଜ୍ଜ୍ବଳ ଗୁପ୍ତା ଓ ବିଜେଡ଼ି କଂଗ୍ରେସ ଦଳର ଆଠ ଜଣ କାଉନସିଲର ବିଜେପିରେ ଯ
Bjp akhtiar re khariar nac


ନୂଆପଡ଼ା, ୨୦ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସିକୁ ଅକ୍ତିଆର କଲା ପରେ ଆଜି ବିଜୟ ଉତ୍ସବ ପାଳନ କରିଛି ବିଜେପି। ପୂର୍ବରୁ ଏହି ଏନ୍ ଏ ସି କଂଗ୍ରେସ କବଜାରେ ଥିଲା କିନ୍ତୁ ଗତ ୧୭ ତାରିଖ ଦିନ ଖଡ଼ିଆଳ ନଗରପାଳ ଉଜ୍ଜ୍ବଳ ଗୁପ୍ତା ଓ ବିଜେଡ଼ି କଂଗ୍ରେସ ଦଳର ଆଠ ଜଣ କାଉନସିଲର ବିଜେପିରେ ଯୋଗ ଦେଲା ପରେ ବିଜେପି ଅକ୍ତିଆରକୁ ଆସି ଯାଇଛି ଖଡ଼ିଆଳ ଏନ୍ଏସି।

ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ଉଜ୍ଜଳ ଗୁପ୍ତା ନିର୍ବାଚିତ ହୋଇଥିବା ବେଳେ ବିଜେପିର ଦୁଇ ଜଣ, ବିଜେଡ଼ିର ପାଞ୍ଚ ଜଣ ଓ କଂଗ୍ରେସର ଛଅ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ। ଏବେ ତାଙ୍କ ସହ କଂଗ୍ରେସ ଦଳର ପାଞ୍ଚଜଣ ଓ ବିଜେଡ଼ିର ତିନିଜଣ ବିଜେପିରେ ମିଶିଲା ପରେ ବିଜେପି କାଉନସିଲର ସଂଖ୍ୟା ଦଶରେ ପହଞ୍ଚିଛି। ଆଜି ନଗରପାଳଙ୍କ ସହ ବିଜେପିରେ ମିଶୁଥିବା କାଉନସିଲ ମାନେ ଖଡ଼ିଆଳ ପହଞ୍ଚିବା ପରେ ସେମାନଙ୍କୁ ସ୍ଵାଗତ କରିବା ସହ ବିଜୟ ଉତ୍ସବ ପାଳନ କରାଯାଇଛି। ଖଡ଼ିଆଳ ସହରର ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚିଥିଲା। ସେଠାରେ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଆଗାମୀ ଦିନରେ ଖଡ଼ିଆଳର ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନଗରପାଳ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବିଜେପି ଯୁବମୋର୍ଚ୍ଚା ସଭାପତି ଜ୍ଞାନ ରଞ୍ଜନ ମେଘ, ବରିଷ୍ଠ ବିଜେପି ନେତା ଦେବ ଦେବ ପ୍ରସାଦ ସିଂହଦେଓଙ୍କ ସମେତ ଶତାଧିକ ବିଜେପି ସମର୍ଥିତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande