
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଗତ ଶନିବାର ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଜିଲ୍ଲାସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଜିଲ୍ଲାପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇ ଥିଲେ ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ରୋକିବା ଦିଗରେ ଜିଲ୍ଲାସ୍ତରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ନାର୍କୋ ସମନ୍ୱୟ (ଏନ୍ସିଓଆରଡି) କମିଟିର ନିୟମିତ ତ୍ରୈମାସିକ ବୈଠକ ଆୟୋଜନ ଓ ଏହାର ଫଳପ୍ରଦ ସମୀକ୍ଷା ଉପରେ ଜିଲ୍ଲାପାଳ ଓ ଏସପିମାନେ ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି 'ନିଶା ମୁକ୍ତ ଭାରତ ଅଭିଯାନ' ଲକ୍ଷ୍ୟ ହାସଲ ନିମନ୍ତେ ୨୦୨୬-୨୦୨୯ ଅବଧୂ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରି ନିଶାଦ୍ରବ୍ୟ ଚାହିଦା ହ୍ରାସ, ଚୋରାଚାଲାଣ ନିୟନ୍ତ୍ରଣ, ଆଇନର କଢ଼ା କାର୍ଯ୍ୟକାରିତା, ଜନସଚେତନତା, ଚିକିତ୍ସା ଓ ପୁନର୍ବାସ କାର୍ଯ୍ୟକ୍ରମକୁ ସମନ୍ୱିତ ଭାବେ କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ବୈଠକରେ ପୂର୍ବ ନିଷ୍ପଭିର ଅଗ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ୨.୦ ଆଫର୍ଟେବଲ ହାଉସିଂ, ଆଫୋର୍ଟେବଲ ରେଣ୍ଟାଲ ହାଉସିଂ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ଏଞ୍ଜେଇ ଆବଶ୍ୟକ ଜମି ଚିହ୍ନଟ, ଜମି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ, ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି ଓ ଯୋଜନାଗୁଡ଼ିକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଶ୍ରୀମତୀ ଉଷା ପାଢୀ ଏ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ସର୍ବିସ୍ତୃତ ଆଲୋଚନା କରିଥିଲେ । ଆହୁରି ମଧ୍ୟ ଅମୃତ ୨,୦ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟାନ୍ନୟନ ସମ୍ପର୍କରେ ସମୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଛି ।
ଶିଳ୍ପ ପ୍ରତିଷ୍ଠା ଓ ଶିଳ୍ପାଂଚଳର ଦ୍ରୁତ ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି, ସେଥୁରୁ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅନୁମୋଦନ ସଂପର୍କରେ ଇଡକୋ ପକ୍ଷରୁ ଆଲୋଚନା କରାଯାଇଥିଲା । ଜମି ଅଧ?ିଗ୍ରହଣ ଓ ଲିଜ୍ ପ୍ରସ୍ତାବର ଶୀଘ୍ର ଅନୁମୋଦନ, ସ୍ଥାନୀୟ ସମସ୍ୟାର ସମାଧାନ, ଗ୍ରାମସଭା ଆୟୋଜନରେ ସହଯୋଗ ଏବଂ କ୍ଷତିପୂରକ ବନୀକରଣ ପାଇଁ ଆବଶ୍ୟକ ଜମି ଚିହ୍ନଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟସ୍ତରୀୟ ବୈଠକ ଭଳି ଜିଲ୍ଲାସ୍ତରରେ ସିଙ୍ଗଲ ୱିଣ୍ଡୋ ଅଥରିଟି କମଟି ବୈଠକ ନିୟମିତ ଭାବେ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ନିଷ୍ପରି ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏଥି ସହିତ ବର୍ଷା ଋତୁରେ ଜଳବାହିତ ଓ ବିଭିନ୍ନ ବାହକ ଜନିତ ରୋଗର ପ୍ରତିରୋଧ ପାଇଁ ସତର୍କତା ଓ ନିରୀକ୍ଷଣ, ପର୍ଯ୍ୟାପ୍ତ ଔଷଧ ଓ ଚିକିତ୍ସା ସାମଗ୍ରୀର ଉପଲବ୍ଧତା, ଜନସଚେତନତା ଏବଂ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଉପସ୍ଥିତ ରହି ଆଲୋଚନା କରିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ କୃଷକଙ୍କୁ ପ୍ରଯୁକ୍ତିଭିରିଜ ସେବା ସୁନିଶ୍ଚିତ କରିବା, ପାଣିପାଗ ଓ ବର୍ଷା ପରିମାପ ବ୍ୟବସ୍ଥା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟକୁ ତ୍ୱରାନ୍ୱିତ କରିବା, ସାରର କଳାବଜାରୀ ଓ ଅନିୟମିତତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖୁ, ଏଗ୍ରିଷ୍ଟାକ ଅଧ୍ୱନରେ କୃଷକ ପଞ୍ଜୀକରଣକୁ ମିଶନ ମୋଡ୍ ରେ ଆଗେଇ ନେବା ଏବଂ ଏଥିପାଇଁ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଓ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ଏ ସଂପର୍କରେ ଜମି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାସ୍ତରରେ ନିୟମିତ ସମନ୍ୱୟ ବୈଠକ କରିବା, ନିର୍ମିତ ଛାତ୍ରାବାସଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ '' ଆପାର ଆଇଡି '' ସୃଷ୍ଟି ସହ ଆଧାର ସଂଯୋଗୀକରଣ, ରାଜ୍ୟରେ ଚିହ୍ନଟ ଐତିହ୍ୟ ବିଦ୍ୟାଳୟଗୁଡ଼ିକର ବିକାଶ କାର୍ଯ୍ୟକୁ ଶୀଘ୍ର ଆଗେଇ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟ କାର୍ଯ୍ୟକାରିତା ସଂପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏନ୍ 'ବିକଶିତ ଗାଁ ବିକଶିତ ଓଡ଼ିଶା'କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ବ୍ୟୟ ସ୍ଥିତି ଏବଂ ୨୦୨୬-୨୭ ବାର୍ଷିକ କାର୍ଯ୍ୟଯୋଜନାର ଅନୁମୋଦନ ସଂପର୍କରେ ଆଲୋଚନା କରିଥିଲେ । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ ଓ ସମ୍ପୂର୍ଣ୍ଣ କରିବା ସହ ବ୍ଲକ୍ ସ୍ତରର ବାର୍ଷିକ କାର୍ଯ୍ୟଯୋଜନାକୁ ତୁରନ୍ତ ଅନୁମୋଦନ କରି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଏଥ୍ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ (ଭିବି-କି ରାମ-ଜି)'ର କାର୍ଯ୍ୟାନ୍ୱୟନ, ବିଭିନ୍ନ ବିଭାଗ ସହ ସମନ୍ୱୟରେ ଗ୍ରାମସ୍ତରରେ ସ୍ଥାୟୀ ସମ୍ପଦ ସୃଷ୍ଟି, ଜଳ ସଂରକ୍ଷଣ, ଜୀବିକା ବିକାଶ ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା