ଚାରୋଟି ସ୍ଥାନରେ ହେବ ଅନମ୍ୟାପଡ ଏବଂ ତ୍ରୁଟିପୂର୍ଣ୍ଣ ଭୋଟରମାନଙ୍କ କାଗଜପତ୍ର ଯାଂଚ ଓ ଶୁଣାଣୀ
ସମ୍ବଲପୁର, ୨୦ ଜୁଲାଇ(ହି.ସ.) – ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି, ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଅନମ୍ୟାପ୍ଡ ଭୋଟରମାନଙ୍କର କାଗଜପତ୍ର ଯାଂଚ ଏବଂ ଶୁଣାଣୀ ପ୍ରକ୍ରିୟା ଗତ ୧୭ ଜୁଲାଇରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଗତ ୧୯ ଜ
ଚାରୋଟି ସ୍ଥାନରେ ହେବ ହଅନମ୍ୟାପ୍ଡ  ଏବଂ ତ୍ରୁଟିପୂର୍ଣ୍ଣ ଭୋଟରମାନଙ୍କ କାଗଜପତ୍ର ଯାଞ୍ଚ ଓ ଶୁଣାଣି


ଚାରୋଟି ସ୍ଥାନରେ ହେବ ହଅନମ୍ୟାପ୍ଡ  ଏବଂ ତ୍ରୁଟିପୂର୍ଣ୍ଣ ଭୋଟରମାନଙ୍କ କାଗଜପତ୍ର ଯାଞ୍ଚ ଓ ଶୁଣାଣି


ଚାରୋଟି ସ୍ଥାନରେ ହେବ ହଅନମ୍ୟାପ୍ଡ  ଏବଂ ତ୍ରୁଟିପୂର୍ଣ୍ଣ ଭୋଟରମାନଙ୍କ କାଗଜପତ୍ର ଯାଞ୍ଚ ଓ ଶୁଣାଣି


ସମ୍ବଲପୁର, ୨୦ ଜୁଲାଇ(ହି.ସ.) – ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି, ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଅନମ୍ୟାପ୍ଡ ଭୋଟରମାନଙ୍କର କାଗଜପତ୍ର ଯାଂଚ ଏବଂ ଶୁଣାଣୀ ପ୍ରକ୍ରିୟା ଗତ ୧୭ ଜୁଲାଇରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଗତ ୧୯ ଜୁଲାଇ ସୁଦ୍ଧା ୫ ଜଣ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ସମୁଦାୟ ୫୨୧୨ଟି ଶୁଣାଣି ସଫଳତାର ସହ ସମ୍ପନ୍ନ ହୋଇସାରିଛି। ପ୍ରତ୍ୟେକ ଏଇଆର୍ଓ ସୁଚିତା ପୁଷ୍ପାଙ୍କ ଦ୍ୱାରା-୩୪୯, ଶୁଭଦୀପ୍ତ ମହାନ୍ତିଙ୍କ ଦ୍ୱାରା ୫୮୨, ସୁଶାନ୍ତ ସାହୁଙ୍କ ଦ୍ୱାରା ୬୯୫, ଅଭିଜିତ ମହାନ୍ତଙ୍କ ଦ୍ୱାରା ୨୦୭୫, ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଦ୍ୱାରା ୧୫୧୧ ଶୁଣାଣୀ ସଫଳତାର ସହ ସମ୍ପନ୍ନ ହୋଇସାରିଛି। ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ ଏହି ଶୁଣାଣୀ ପ୍ରକ୍ରିୟା ୪ ଗୋଟି ସ୍ଥାନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ପୁରୁଣା ଏସ୍ଏମ୍ସି ବିଲ୍ଡିଂ, ମ୍ୟୁନିସିପାଲିଟି ଛକ, ଏସ୍ଏମ୍ସି ଅଫିସ୍, ଦୁର୍ଗାପାଲିରେ କରାଯାଉଛି। ଅନମ୍ୟାପଡ ଭୋଟରମାନଙ୍କର ପ୍ରମାଣୀକରଣ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ମୁଖ୍ୟତଃ ୧୩ ଗୋଟି କାଗଜପତ୍ର/ପ୍ରମାଣପତ୍ର ପ୍ରତ୍ୟେକ ଏଇଆର୍ଓଙ୍କ ଦ୍ୱାରା ଯାଂଚ କରାଯାଉଛି। ଅଗଷ୍ଟ ୧ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବା ପରେ, ତ୍ରୁଟିପୂର୍ଣ୍ଣ ଭୋଟର’ମାନଙ୍କର ଶୁଣାଣି ପ୍ରକ୍ରିୟା ଆରମ୍ଭ କରାଯିବ। ସମ୍ପୃକ୍ତ ଭୋଟରମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିର୍ଦ୍ଧାରିତ ସମୟରେ ଉପରୋକ୍ତ ସ୍ଥାନଗୁଡ଼ିକରେ ଉପସ୍ଥିତ ରହି ନିଜର କାଗଜପତ୍ର ଯାଂଚ କରାଇନେବେ। ଅଧିକ ବିବରଣୀ ପାଇଁ ନିଜ ଅଂଚଳର ବୁଥ୍ସ୍ତରୀୟ ଅଧିକାରୀ କିମ୍ବା ନିର୍ବାଚନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande