ସର୍ଦ୍ଦି ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବର
ଗଞ୍ଜାମ, ୨୦ ଜୁଲାଇ (ହି.ସ.)- ଵ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନେ ହେଉଥିବା ସର୍ଦ୍ଦି ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ବର୍ଷାରେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ
Wtyytui


ଗଞ୍ଜାମ, ୨୦ ଜୁଲାଇ (ହି.ସ.)- ଵ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନେ ହେଉଥିବା ସର୍ଦ୍ଦି ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ବର୍ଷାରେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା ଖାଇଲେ, ଦୂଷିତ ଧୂଳିକଣା ନାସାରେ ପଶିଲେ, କଫ ବଢି ନାସା ପଥ, ଆଖି ନାକରୁ ପାଣି ବାହାରେ, କର୍ଣ୍ଣ କଣ୍ଡୁ ଓ ସ୍ରାବ ହୁଏ ସାଧାରଣ ଜ୍ୱର ରହେ, ସ୍ୱାଦ, ଗନ୍ଧ ଜଣାଯାଏ ନାହିଁ, ଅଗ୍ନିମାନ୍ଦ୍ୟ, ଅରୁଚି ରହେ। କାରଣକୁ ଛାଡି ଆବଦ୍ଧ ଗୃହରେ ବିଶ୍ରାମ ନେବେ, ଧାରଉଷ୍ଣ ଜଳପାନ ସହ ତୁଳସୀ ପତ୍ର, ଅଦା ରସ ପାନକଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande