ଅଯୋଧ୍ୟା ରାମ ମନ୍ଦିରରେ ଦାନଭେଟି ଚୋରି ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – ରାମମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆର୍ଏସ୍ଏସ୍ ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ରାମ ମନ୍ଦିରରୁ ଦାନ ବା ଭେଟିକୁ ଚୋରି କରାଯାଉଛି। ଏହି ଚୋରି ଅର୍ଥରେ ସାଂସଦ କିଣାଯାଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା
ଅଯୋଧ୍ୟା ରାମ ମନ୍ଦିରରେ ଦାନଭେଟି ଚୋରି ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି


କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – ରାମମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆର୍ଏସ୍ଏସ୍ ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ରାମ ମନ୍ଦିରରୁ ଦାନ ବା ଭେଟିକୁ ଚୋରି କରାଯାଉଛି। ଏହି ଚୋରି ଅର୍ଥରେ ସାଂସଦ କିଣାଯାଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି। ଏକମାସ ମଧ୍ୟରେ ୬୫ଥର ରାମ ମନ୍ଦିର ଦାନ ଅର୍ଥକୁ ମନ୍ଦିରର କର୍ମଚାରୀ ଗଣତି ସମୟରେ ଚୋରି କରିଛନ୍ତି। ତଳିଆ କର୍ମଚାରୀଙ୍କୁ ଗିରଫ କରାଯାଇଥିବାବେଳେ ଏହାର ମୁଖିଆଙ୍କୁ ଗିରଫ କରାଯାଉ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା ସୋମବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାମ ମନ୍ଦିର ନିର୍ମାଣ କରିବା, ରାମଲାଲଙ୍କୁ ପ୍ରତିଷ୍ଠା କରିବା, ମନ୍ଦିର ଉଦ୍ଘାଟନ କରିବା ଏବଂ ରାମ ମନ୍ଦିର ଟ୍ରଷ୍ଟ ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ଚୋରି ଘଟଣାରେ ନିରବ କାହିଁକି ବୋଲି ଡା. ଶର୍ମା ପ୍ରଶ୍ନ କରିଛନ୍ତି। ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ, ସଭ୍ୟ ଅନିଲ ମିଶ୍ର, ଗୋବିନ୍ଦ ଦେବ ଗିରି, ଗୋପାଳ ରାଓ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତାମାନେ ଚୋରି ଘଟଣାରୁ ବଂଚିପାରିବେ ତ? ଯେତେବେଳେ ସମ୍ପୂର୍ଣ୍ଣ ଟ୍ରଷ୍ଟ କାଠଗଡ଼ାରେ ଠିଆ ହୋଇଛି ସେତେବେଳେ କାର୍ଯ୍ୟାନୁଷ୍ଠାନ କେବଳ କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ କାହିଁକି ସୀମିତ ରହିଛି। ତଥାକଥିତ ଡବଲ ଇଞ୍ଜିନ ସରକାର କ’ଣ ଦୋଷୀମାନଙ୍କୁ ସୁରକ୍ଷା ଦେଉଛନ୍ତି? କେନ୍ଦ୍ର ସରକାର କଣ ସତ ସାମ୍ନାକୁ ଆସିବାକୁ ଭୟ କରୁଛନ୍ତି। ଯଦି ସବୁକିଛି ସ୍ୱଚ୍ଛ ଥିଲା ତେବେ ଇସ୍ତଫା ଦେବାର ଆବଶ୍ୟକତା କାହିଁକି ପଡ଼ିଲା। ସର୍ବୋଚ୍ଚ ସ୍ତରର ବ୍ୟକ୍ତିମାନଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉପସ୍ଥାପନ କରିଛି।

ରାମ ମନ୍ଦିର ଦାନ ଚୋରି ଘଟଣାରେ ସବିଶେଷ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ବିଭିନ୍ନ ଦାବି କରିଛି। ଦାବିଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଜବାବ ଦିଅନ୍ତୁ ଟ୍ରଷ୍ଟ ଗଠନ ଏହାର ପ୍ରମୁଖ ନିଯୁକ୍ତି ଏବଂ ଏହାର ତଦାରଖରେ ତାଙ୍କ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭୂମିକା କଣ ଥିଲା, ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏବଂ ଏଭଳି ଗୁରୁତର ଅଭିଯୋଗ ସତ୍ୱେ ସେ ନୀରବ ଅଛନ୍ତି ତାହା ପ୍ରକାଶ କରନ୍ତୁ। ତୁରନ୍ତ ଗିରଫଦାରୀ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର୍ ପଞ୍ଜିକୃତ କରାଯାଇ ସେମାନଙ୍କୁ ଗିରଫ କରାଯାଉ। ସୁପ୍ରିମକୋର୍ଟ ତତ୍ୱାବଧାନରେ ସ୍ୱାଧୀନ ନ୍ୟାୟିକ ତଦନ୍ତ ଏହି କଥିତ ଲୁଟର ଯୋଜନା କିଏ କରିଥିଲା ଏବଂ କାହା ସୁରକ୍ଷାରେ ଏହା ବର୍ଷ ବର୍ଷ ଧରି ଚାଲିଥିଲା ତାହା ସ୍ପଷ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ମାମଲାର ସୁପ୍ରିମକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଦନ୍ତ ହେବା ଉଚିତ୍। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ତୁରନ୍ତ ଭଙ୍ଗ ସ୍ୱଚ୍ଛତା ଏବଂ ଜବାବ ଦେଇ ସୁନିଶ୍ଚିତ କରିବା ପାଇଁ ବର୍ତମାନର ଟ୍ରଷ୍ଟକୁ ଭଙ୍ଗ କରାଯାଉ ଏବଂ ଧାର୍ମିକ ନେତା, ବିଶିଷ୍ଟ ନାଗରିକ, ପ୍ରଶାସନିକ ବିଶେଷଜ୍ଞ ଏବଂ ସ୍ୱାଧୀନ ସଦସ୍ୟମାନଙ୍କୁ ନେଇ ଏହାର ପୁନର୍ଗଠନ କରାଯାଉ। ଦାନ ଏବଂ ଭେଟିର ସମ୍ପୂର୍ଣ୍ଣ ଫୋରେନ୍ସିକ ଅଡିଟ୍ ରାମ ମନ୍ଦିର ସହ ଜଡିତ ସମସ୍ତ ଦାନ, ଭେଟି, ଜମି କାରବାର, କାର୍ଯ୍ୟକ୍ରମ ଏବଂ ବ୍ୟୟର ଏକ ସ୍ୱାଧୀନ ଫୋରେନ୍ସିକ ଅଡିଟ୍ କରାଯାଉ ଏବଂ ଏହାର ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ଜିଲ୍ଲା ସଭାପତି ଡାକ୍ତର ଶର୍ମା ସାମ୍ବାଦିକ ସମ୍ମିଳନୀରେ ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡ଼ ସିପ୍ରା ମଲ୍ଲିକ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଫକୀର ଖଟୁଆ, ଜିଲ୍ଲା ସଂଗଠନ ସମ୍ପାଦକ ସତ୍ୟପ୍ରିୟ ସାମଲ, ସମ୍ପାଦକ ବିଧୂଭୂଷଣ ମହାପାତ୍ର, ସାଧାରଣ ସଂପାଦକ ସନ୍ତୋଷ କୁମାର ବେହେରାଙ୍କ ସମେତ ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ପ୍ରକାଶ ମହାନ୍ତି, କେନ୍ଦ୍ରାପଡ଼ା ନଗର ସଭାପତି ଦିଲିପ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande