ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା
ବାଳିକାରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ମୁକାବିଲା ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ଓ ରିଚା ୧୭ ବାଳିକା ଫାଇନାଲରେ ନିୟତି ଓ ଅନ୍ୱେଷା ମଲାନା ବଲାଙ୍ଗୀର, ୨୦ ଜୁଲାଇ(ହି.ସ.) – ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ବଲାଙ୍ଗୀର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ
ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍  ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା,  ବାଳିକାରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ମୁକାବିଲା ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ଓ ରିଚା ୧୭ ବାଳିକା ଫାଇନାଲରେ ନିୟତି ଓ ଅନ୍ୱେଷା ମଲାନା


ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍  ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା,  ବାଳିକାରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ମୁକାବିଲା ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ଓ ରିଚା ୧୭ ବାଳିକା ଫାଇନାଲରେ ନିୟତି ଓ ଅନ୍ୱେଷା ମଲାନା


ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍  ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା,  ବାଳିକାରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ମୁକାବିଲା ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ଓ ରିଚା ୧୭ ବାଳିକା ଫାଇନାଲରେ ନିୟତି ଓ ଅନ୍ୱେଷା ମଲାନା


ବାଳିକାରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ମୁକାବିଲା ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ଓ ରିଚା ୧୭ ବାଳିକା ଫାଇନାଲରେ ନିୟତି ଓ ଅନ୍ୱେଷା ମଲାନା

ବଲାଙ୍ଗୀର, ୨୦ ଜୁଲାଇ(ହି.ସ.) – ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ବଲାଙ୍ଗୀର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ଆଜି ଦ୍ୱିତୀୟ ଦିନର ଖେଳର ରିପୋର୍ଟ ହେବା ପର୍ଯ୍ୟନ୍ତ ୭୫ ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ହୋଇଥିବା ମ୍ୟାଚ ମଧ୍ୟରୁ ୧୧ ବର୍ଷ ବାଳକ, ୧୧ ବର୍ଷ ବାଳିକା, ୧୩ ବର୍ଷ ବାଳିକା ଓ ୧୭ ବର୍ଷରୁ କମ ବାଳିକା ଫାଇନାଲ ଲାଇନଅଫ୍ ଚୁଡାନ୍ତ ହୋଇଯାଇଛି। ୧୧ ବର୍ଷ ବାଳକ ଫାଇନାଲରେ ଓଡିଶା ରାଜ୍ୟ ଚମ୍ପିୟାନ ସମର୍ଥ ପାଢୀ ଓ ଅର୍ଣ୍ଣବ ସାହୁଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଏହି ବର୍ଗର ବାଳିକା ଫାଇନାଲରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟ ଙ୍କ ମଧ୍ୟରେ ମୁକାବିଲା ହେବ। ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ନାଏକ ଏବଂ ରିଚା ଅଗ୍ରୱାଲ ମଧ୍ୟରେ ମୁକାବିଲା ହେବ। ୧୭ ବର୍ଷ ବାଳିକା ଫାଇନାଲ ନିୟତି ମଡକାମି ଙ୍କ ସହିତ ଅନ୍ୱେଷା ମଲାନାଙ୍କ ମଧ୍ୟରେ ମୁକାବିଲା ହେବାର ଚୁଡାନ୍ତ ହୋଇଯାଇଛି। ମିକ୍ସ ଡବଲ୍ସ ବରିଷ୍ଠ ବର୍ଗର ଫାଇନାଲ ବିନିତ ନାଏକ ଏବଂ ସାଥୀ ନନ୍ଦିନୀ ଲାଲ ଏବଂ ହିମାଂଶୁ ହାତୀ ଏବଂ ସାଥୀ ସାୟାଂଶି ନାହାକଙ୍କ ମଧ୍ୟରେ ଆସନ୍ତା ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଆଜି ଅନୁଷ୍ଠିତ ହୋଇଥିବା ଅନ୍ୟ ଖେଳ ଗୁଡିକ ଅଣ୍ଡର - ୧୫ ବାଳକ ସେମିଫାଇନାଲରେ ଆୟାନ ବେହେରା ସାଥୀ ସାଇ ଅର୍ପିତ ଖମାରି, ସୁୟାଂଶି ସିଂ ସାଥୀ ଶ୍ରୀୟାଂଶ ପତି, ଶଶାଙ୍କ ଶେଖର ସାଥୀ ବୈଭବ ଅଗ୍ରୱାଲ ଏବଂ ଗତିକ ପଟେଲ ସାଥୀ ସାଇ ଆୟୁଷଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଠିକ୍ ସେହିପରି ଅଣ୍ଡର-୧୫ ବାଳିକା ସେମିଫାଇନାଲରେ ରିଚା ଅଗ୍ରୱାଲ ଓ ଇତିଶ୍ରୀ ମାଡକାମି ଏବଂ ଆଇସା ବାନୋ ଏବଂ ଗୁନଗୁନ ପଦ୍ମିନୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଉଥିବା ଏହି ପ୍ରତିଯୋଗିତା ପରିଚାଳନା ପାଇଁ ଜାତୀୟ ତଥା ରାଜ୍ୟ ସଂଘ ଦ୍ୱାରା ସ୍ୱିକୃତିପ୍ରାପ୍ତ ରେଫରିମାନେ ନିଯୁକ୍ତ ହୋଇଛନ୍ତି। ଖେଳର ସୁପରିଚାଳନା ପାଇଁ ଅନ୍ୟମାନଙ୍କ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଅନନ୍ତ ବେହେରା ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱରେ ଅଛନ୍ତି। ମୁଖ୍ୟ ରେଫରି ଭାବେ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ଏବଂ ଡେପୁଟି ରେଫରି ଭାବେ ଚନ୍ଦ୍ର ଶେଖର ମିଶ୍ର ନିଯୁକ୍ତ ହୋଇଛନ୍ତି। ସଟଲ କଂଟ୍ରୋଲ ଭାବେ କାସିମ ଇକ୍ୱାଲ, ପ୍ରକାଶ ସାହୁ, ରେଶନ ଜୈନ, ଆଶିଷ ଦର୍ଜୀ, ଫିଜିଓ ତଥା ଫାଷ୍ଟଏଡ୍ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି । ୨୧ ତାରିଖ ଦିନ ବାକି ରହିଯାଇଥିବା ସମସ୍ତ ବିଭାଗର ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande