ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ପ୍ରଶାସନର କଡ଼ା ପଦକ୍ଷେପ : ପ୍ରଦୂଷଣକାରୀ ଟ୍ରକ୍କୁ ୧୦,୫୦୦ ଟଙ୍କା ଜରିମାନା
Fine a truck for air pollution
ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ପ୍ରଶାସନର କଡ଼ା ପଦକ୍ଷେପ : ପ୍ରଦୂଷଣକାରୀ ଟ୍ରକ୍କୁ ୧୦,୫୦୦ ଟଙ୍କା ଜରିମାନା


ଝାରସୁଗୁଡା, ୨୦ ଜୁଲାଇ (ହି.ସ.): ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡା କୁଣlଲ ମୋତିରାମ ଚହ୍ୱାଣ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଯାନବାହନରୁ ନିର୍ଗତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚ ସମୟରେ ଓ ଆର୍ ୨୩ ଡି ୫୪୫୮ ନମ୍ବର ବିଶିଷ୍ଟ ଏକ ଟ୍ରକ୍ରୁ ଅତ୍ୟଧିକ ପରିମାଣର ବାୟୁ ପ୍ରଦୂଷଣକାରୀ ଧୂଆଁ ନିର୍ଗମନ ହେଉଥିବା ଦେଖାଯାଇଥିଲା। ଫଳରେ ମୋଟର ଯାନ ଆଇନ, ୧୯୮୮ର ଧାରା ୧୭୭ (ସାଧାରଣ ଅପରାଧ) ଏବଂ ଧାରା ୧୯୦(୨) ଅନୁଯାୟୀ ପ୍ରଦୂଷଣ ମାନଦଣ୍ଡ ଉଲ୍ଲଂଘନ ପାଇଁ ଉକ୍ତ ଯାନ ବିରୋଧରେ ଇ-ଚାଲାଣ ଜାରି କରାଯାଇଛି।

ଉକ୍ତ ଉଲ୍ଲଂଘନ ପାଇଁ ସମ୍ପୃକ୍ତ ଯାନ ଉପରେ ୧୦,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମସ୍ତ ଯାନବାହାନ ର ମାଲିକ ଓ ଚାଳକମାନଙ୍କୁ ନିଜ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବୈଧ ରଖିବା ସହ ନିର୍ଦ୍ଧାରିତ ବାୟୁ ପ୍ରଦୂଷଣ ମାନଦଣ୍ଡ ପାଳନ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଜ଼ିଲ୍ଲାପାଳ ଶ୍ରୀ ଚହ୍ୱାଣ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହ ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande