
କେନ୍ଦୁଝର, 20 ଜୁଲାଇ (ହି.ସ.) ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ କେଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମ ମହାଦେବ ମନ୍ଦିରରେ କୁଣ୍ଡେଶ୍ୱର ମହାଦେବଙ୍କୁ ୧୦୮ କୁମ୍ଭ ଜଳାଭିଷେକ ତଥା କ୍ଷୀର ସ୍ନାନ କରି ୧୦୮ ବିଲ୍ଵପତ୍ର ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଗଲା। ମନ୍ଦିରର ପୁରୋଧା ବିଜୟ କୁମାର ପଲେଇ, ମୁଖ୍ୟ କର୍ତ୍ତା ନକୁଳ ଚନ୍ଦ୍ର ପଲେଇ ତାଙ୍କର ଧର୍ମପତ୍ନୀ ନିରୁପମା ପଲେଇ,ବାବୁଲାଲ ପଲେଇ ଓ ତାଙ୍କର ଧର୍ମପତ୍ନୀ ମୀନାରାଣୀ ବେହେରା,ରାଜେନ୍ଦ୍ର କୁମାର ପଲେଇ ଓ ତାଙ୍କର ଧର୍ମପତ୍ନୀ ସୌଦାମିନୀ ପଲେଇଙ୍କ ସହଯୋଗରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ ୧୦୮ ଜଳାଭିଷେକ ମନ୍ତ୍ର ଓ ୧୦୮ ବିଲ୍ଵପତ୍ର ଅର୍ପଣ ମନ୍ତ୍ର ପାଠ କରି ମହାଦେବଙ୍କ ପୂଜାର୍ଚ୍ଚନା କଲେ । ଏଥିରେ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପ୍ରସନ୍ନ କୁମାର ଦାସ , ସମ୍ପାଦକ ପ୍ରଣବଧ୍ୱଜ କବି,ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ମାୟାଧର ବାରିକ ଏବଂ କୁଣ୍ଡାପିଠା ଗ୍ରାମର ଭାଗବତ ଭକ୍ତପ୍ରଫୁଲ୍ଲ କୁମାର ପଲେଇ, ପଦ୍ମନାଭ ପଲେଇ,ଶିବପ୍ରସାଦ ମହାକୁଡ, ନରେନ୍ଦ୍ର ପଲେଇ, ପ୍ରଦୀପ କୁମାର ପଲେଇ,କାହ୍ନା ପଲେଇ, ପୂଜା ପଲେଇ, ପ୍ରେମଲତା ପଲେଇ ଓ ଅରୁଣା ସୁବୁଦ୍ଧି ପ୍ରମୁଖ ମହାଦେବଙ୍କୁ ୧୦୮ ବିଲ୍ୱପତ୍ର ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA