ପୁବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ
ଜୟପୁର, 20 ଜୁଲାଇ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ସିନ୍ଧିଗାଁରେ ପୁବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ମାମଲାରେ ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସିନ୍ଧିଗାଁର ଗୋପିନାଥ ଗାଦବା (୫୦), ତ୍ରିପତି ଗାଦବା (୨୬), ପ୍ରଫୁଲ ଗାଦବା (
ପୁବ ଶତ୍ରୁତା କୁ କେନ୍ଦ୍ର କରି  ହତ୍ୟା କାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ


ପୁବ ଶତ୍ରୁତା କୁ କେନ୍ଦ୍ର କରି  ହତ୍ୟା କାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ


ପୁବ ଶତ୍ରୁତା କୁ କେନ୍ଦ୍ର କରି  ହତ୍ୟା କାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ


ଜୟପୁର, 20 ଜୁଲାଇ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ସିନ୍ଧିଗାଁରେ ପୁବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ମାମଲାରେ ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସିନ୍ଧିଗାଁର ଗୋପିନାଥ ଗାଦବା (୫୦), ତ୍ରିପତି ଗାଦବା (୨୬), ପ୍ରଫୁଲ ଗାଦବା (୨୩) ।ି । ଏହି ଆକ୍ରଣରେ ଜଣେ ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ମୃତକ ଜଣକ ହେଲେ ଅଭିନବ ଗଦବା । ପୋଲିସ ସୁଚନା ଅନୁଯାଇ ସିନ୍ଧିଗାଁ ଭାଗିରଥି ଗାଦବା ସେ ଲିଖିତ ଅଭିଯୋଗ କରିଥିଲେ ଗତ ୧୫ ତାରିଖ ସଂନ୍ଧ୍ୟା ୭ଟା ୪୦ ମନିଟ ସମୟରେ ପୁବ ଶତ୍ରୁତା କୁ କେନ୍ଦ୍ର କରି ଗ୍ରାମର ଗୋପିନାଥ ଗାଦବା ତାଙ୍କ ପୁଅ ତ୍ରିପତି ଗାଦବା ଓ ପ୍ରଫୁଲ ଗାଦବା ୩ ଜଣ ମିଶି ବୁଝାମଣା ପାଇ ଅଭିନବ ଗଦବା, ଟୁକୁନା ଗାଦବା ଓ ପ୍ରଦିପ ଗାଦବାଙ୍କୁ ଗ୍ରାମରେ ଥିବା ତ୍ରିନାଥ ମଣ୍ଡପ ନିକଟରେ ଆଙ୍ଗନବାଡୀ କେନ୍ଦ୍ର ସମ୍ମୁରେ ଡାକିଥିଲେ । ଏହି ସମୟରେ ଅଭିନବ ଗାଦବା, ଟୁକୁନା ଗଦବା ପ୍ରଦିପ ଗାଦବା ଯାଇ ସେଠାରେ ପହଞ୍ଚିବାରୁ ହଠାତ ୩ ଜଣ ଗୋପିନାଥ ତ୍ରିପତି ଓ ଫୁଫୁଲ ବିଭିନ୍ନ ଖଣ୍ଡା, ଭୁଜାଲି, ଚେନ ମାରଣାସ୍ତ୍ର ଧରି ବିନା କାରଣରେ ଉତ୍ୟକ୍ତ ହୋଇ ବିନା କୈଣସି କଥା ବତ୍ତାରେ ଟୁକୁନା ଗାଦବାକୁ ପ୍ରଫୁଲ ଗଦବା ଖଣ୍ଡା ଆକ୍ରମଣ କରିଥିଲା । ଏହି ସମୟରେ ଏହି ସମୟରେ ଅଭିନବ ଗଦବାକୁ ତ୍ରିପତି ଗୋପିନାଥ ମିଶି ଭୁଜାଲିରେ ଆକ୍ରମଣ କରିଥିଲେ । ସେହି ସମୟରେ ପ୍ରଫୁଲ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅଭିନବ କୁ ଆକ୍ରମଣ କରିଥଲା । ଫଳରେ ଅଭିନବ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତ ବରଣ କରିବା ପରେ ମଧ୍ୟ ଅଭିଯୁକ୍ତ ମାନେ ଆକ୍ରମଣ କରିବାରେ ଲାଗିଥିଲେ । ଏହି ସମୟରେ ପ୍ରଦିପ ଗାଦବାକୁ ମଧ୍ୟ ଜୀବନରେ ମାରିଦେବା ଉଦ୍ଦେଷ୍ୟରେ ମାରଣାସ୍ତ୍ର ଆକ୍ରମଣ କରିଥିଲେ । ସେ ଗୁରୁତର ହେବାରୁ ଚିକିତ୍ସାଳୟ କୁ ନିଆଯାଇଥିଲା । ପରେ ଟୁକୁନା ଗାଦବାକୁ ୩ ଜଣ ଦୁବୁତ୍ତ ମାଶି ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ ଫଳରେ ଟୁକୁନାର ହାତ ଭାଙ୍ଗିବା ସହ ସେ ଗୁରୁତର ହୋଇ କୋରାପୁଟ ସ୍ଥିତ ଶହଦ ଲକ୍ଷ୍ଣ ନାୟକ ମେଡିକାଲ କଲେଜର ଭତ୍ତି କରାଯାଇ ଚିକିତ୍ସା କରାଯାଇଛି । ଅଭି ଯୋଗ କାରି ଭାଗିରଥି ଗାଦବା ସ୍ତ୍ରୀ କୁ ମଧ୍ୟ ୩ ଜଣ ମିଶି ପେଟରେ ଲାତ ମାରିବା ଦ୍ୱାରା ସେ ଗୁରୁତର ହୋଇଥିଲେ । ତାଙ୍କୁ ମଧ୍ୟ ମେଡିକାଲରେ ଭତ୍ତି କରାଯାଇଛି । ଏ ମାନଙ୍କର ପାଟି ଶୁଣି ଗ୍ରାମବାସୀ ଆସିବୁରା ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲୋ ଭାଗିରଥି ଗାଦବା ଭାଇ ମାଙ୍କୁ ୩ ଜଣଙ୍କ କବଳରୁ ବଞ୍ଚାଇବାକୁ ଯିବା ସମୟରେ ଜଗନ୍ନାଥ ଗାଦବା ଧରି ଥିବାରୁ ଅଭିନବର ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଛି । ଗ୍ରାମରେ ପୋଲିସ ତରଫରୁ ସୁରକ୍ଷା କୁ କଡା କଡି କରାଯାଇଛି । ମୃତ ବ୍ୟକ୍ତିର ଶବକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ କରିଥିବା ବେଳେ ଏସଡିପିଓ ଅଚ୍ଚିତା ମିତ୍ତଲ ପହଞ୍ଚି ତଦନ୍ତ କରିଛନ୍ତି । ଏନେଇ ଜୟପୁର ସଦର ପୋଲିସ ଆଜି ୨୩୫/ ୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ତଦନ୍ତ ରେ ଜାଣି ପୋଲିସ ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହତ୍ୟା କାଣ୍ଡରେ ବ୍ୟବହୁତ ହୋଇଥିବା ନୁଆସାହି ନିକଟରେ ଥିବା ଧୋବା ବନ୍ଦରେ ଫିଙ୍ଗି ଦେଇଥିଲେ । ଛୁରି କୁ ପୋଲିସ ଜବତ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande