

ମୁଖୀଗୁଡା,୨୦ଜୁଲାଇ(ହି. ସ)ଜୟପାଟଣା ବ୍ଲକ ଅନ୍ତର୍ଗତ ତାଳଗୁଡ଼ରେ ରାଜପୁତ କ୍ଷତ୍ରୀୟ ପାଇକ ସମାଜ , ପଶ୍ଚିମ ମଣ୍ଡଳ ସମିତି, ତାଲଗୁଡ ପଲ୍ଲୀର ନୂତନ ସମାଜ ଭବନ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା , ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ତାଳେ ତାଳେ ଗ୍ରାମ ପରିକ୍ରମା କରି ନୂତନ ଗୃହରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପୂଜା କରାଯାଇଥିଲା।ପରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ସମାଜ ଗୃହର ଶୁଭ ଉଦଘାଟନ ହୋଇଥିଲା।
ତାଲଗୁଡ଼ ପଲ୍ଲୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ପାଇକ ମାନଙ୍କ ଇତିହାସ ତଥା ବୀରତ୍ୱର ଗୁଣଗାନ କରିବା ସହିତ ସମାଜର କଲ୍ୟାଣ କାମନା କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ବିଶିଷ୍ଟ ଯୁବ ସମାଜ ସେବୀ ତଥା ଜୟପାଟଣା ସମାଜର ପଲ୍ଲୀ ସଭାପତି ଚିତ୍ତରଞ୍ଜନ ଦଳପତି ଯୋଗ ଦେଇ ଓଡ଼ିଶାରେ ପାଇକ ମାନଙ୍କ ପରାକ୍ରମ , ତଥା ଆଧୁନିକ ସମାଜରେ ପାରମ୍ପରିକ ପାଇକ ଆଖଡ଼ା , ସମର କଳାର ସୁରକ୍ଷା ପାଇଁ ଆହ୍ଵାନ ଦେବା ସହିତ ପ୍ରତ୍ୟେକ ପଲ୍ଲୀରେ ମହିଳା ମଣ୍ଡଳ ଓ ଯୁବ ମଣ୍ଡଳ ଗଠନ କରି ସମାଜ ବିକାଶ ରେ ସାମିଲ ହେବା ପାଇଁ ଏକ ମର୍ମସ୍ପର୍ଶି ବକ୍ତ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମୁଖିଗୁଡ଼ା ସରପଞ୍ଚ ଜୟନ୍ତୀ ମହାଳିକ, ମଣ୍ଡଳ ସହ ସମ୍ପାଦକ ଲବ ଦଳପତି , ଲକ୍ଷ୍ମଣ ଚଲାନ୍, ଘନଶ୍ୟାମ ରାଉତ, ଅମ୍ବୁଜ ଧଙ୍ଗଡ଼ାମାଝି, ଦୁର୍ଯ୍ୟୋଧନ ଚିନ୍ଦା, ଭବାନୀ ବାହୁକ୍, ସତ୍ୟାନନ୍ଦ ମହାଳିକ, ଜଗବନ୍ଧୁ ବିଶି, କ୍ଷୀରସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।
ଯୁବ ଲୋକ କଳାକାର ତଥା ସମାଜସେବୀ ଡମ୍ବରୁଧର ମହାଳିକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟପାଟଣା ଉପମଣ୍ଡଲର ୮ ଗୋଟି ପଲ୍ଲୀର କର୍ମକର୍ତ୍ତା ଯୋଗ ଦେଇଥିଲେ।ସିଙ୍ଗ ଦଳେଇ ,ଲୋକନାଥ ପାତ୍ର, ଯୋଗିନ୍ଦ୍ର ବିଶି,ପୀତବାସ ପୂଝାରୀ ଭଗବାନ ପୁଝାରୀ,ଦୁର୍ଜନ ନାଏକ ନିରନ ପୂଝାରୀ,ସୁଶାନ୍ତ ଦଳେଇ, ତପନ ପୁଝାରୀ, ଗୌର ମୁଣ୍ଡଛିନା,ସୁବାଷ ମହାଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।ମୁଖିଗୁଡ଼ା, ମହିପାଣି, ପତିଗୁଡ଼ା, ତାଲଗୁଡ଼ର ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି କାର୍ଯ୍ଯକ୍ରମର ଶୋଭାବର୍ଦ୍ଧନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର